ହେଡଲାଇନସ୍:

ଗଜପତି ଜିଲ୍ଲାରେ ଲାଗିଲା ତାପ-ମାପକ ଯନ୍ତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଣିକି ବାୟୁ ମଣ୍ଡଳର ତାପମାତ୍ରା ଜାଣିବା ପାଇଁ ଆଉ ମୋବାଇଲ ଉପରେ ନିର୍ଭର କରିବାକୁ ପଡିବନି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭାରତୀୟ ପାଣିପାଗ ବିଭାଗ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସହଯୋଗରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏକ ତାପ ମାପକ ଯନ୍ତ୍ର ସ୍ଥାପନ କରା ଯାଇଛି । ଏହି ଯନ୍ତ୍ର ବାୟୁ ମଣ୍ଡଳର ତାପମାତ୍ରାକୁ ମାପି ପାରିବ ।

   ଏହା ମାନୁଏଲ ସରଫେସ ଅବଜର୍ଭେଟୋରି ଦ୍ୱାରା ନିମ୍ନତମ ଏବଂ ଉଚ୍ଚତମ ତାପମାତ୍ରା ମାପିବାରେ ସହାୟକ ହେବ । ଏଥିରୁ ବୃଷ୍ଟିପାତର ପରିମାଣ ମଧ୍ୟ ସହଜେ ଜାଣିହେବ ବୋଲି ଜରୁରୀକାଳୀନ ବିଭାଗ ପକ୍ଷରୁ କୁହା ଯାଇଛି |

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ଼ଃ ସତ୍ୟ ସମ୍ପନ୍ନା ରାଉତ , ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ଭରତ ଚନ୍ଦ୍ର ବେହେରା ଏବଂ ଭୁବନେଶ୍ୱର ସ୍ଥିତ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟଳୟର ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault