ରାୟଗଡ (ସରୋଜ ସାହୁ): ତତ୍ପରତା ଦେଖାଇଲା ରେଲୱେ ପ୍ରୋଟେକ୍ସନ ଫୋର୍ସ | ତତ୍କାଳ ପଦକ୍ଷେପ ଦ୍ୱାରା ମାତ୍ର ୨୦ ମିନିଟ୍ ମିଳିଗଲା ଜଣେ ଯାତ୍ରୀଙ୍କ ହଜି ଯାଇଥିବା ସାଢେ ଚାରିଲକ୍ଷ |
ସୂଚନାଯୋଗ୍ୟ ଯେ ଶେଖ ୟେଏସଦାନି ନାମକ ଜଣେ ବ୍ୟକ୍ତି ସମତା ଏକ୍ସପ୍ରେସ ଟ୍ରେନ ଯୋଗ ବିଶାଖାାପାଟଣା ଠାରୁ ରାୟଗଡ ଅଭିମୁଖେ ବାହାରିଥିଲେ । ସେ ବଗି ନଂ ବି୪ ର ସିଟ ନଂ. ୨୭ରେ ନିଜର ଲଗେଜ ସହ ବସିଥିଲେ । ଟ୍ରେନଟି ରାୟଗଡ ଷ୍ଟେସନ ଠାରେ ପହଂଚିବା ପରେ ଶେଖ ୟେଏସଦାନି ଟ୍ରେନରୁ ଓହ୍ଲାଇ ବାହାରକୁ ଆସିଥିଲେ । ଏବଂ କିଛି ସମୟ ପରେ ଜଳଖିଆ ଖାଇବା ନିମନ୍ତେ ଏକ ହୋଟେଲକୁ ଯାଇଥିଲେ । ଜଳଖିଆ ଖାଉଥିବା ସମୟରେ ଗୋଟିଏ ଲଗେଜ ଟ୍ରେନରେ ଭୁଲିଯାଇଥିବା ଶେଖ ୟେଏସଦାନି ଦେଖିବାକୁ ପାଇଥିଲେ ।
ଏ ନେଇ ତୁରନ୍ତ ରାୟଗଡ ଷ୍ଟେସନରେ ପହଂଚଥିଲେ କିନ୍ତୁ ଶେଖ ୟେଏସଦାନି ଷ୍ଟେସନ ପହଂଚିବା ପୂର୍ବରୁ ଟ୍ରେନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିପଡିଥିଲା । ଏ ନେଇ ଶ୍ରୀ ୟେଏସଦାନି ଆରପିଏଫ ଥାନା ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଇବା ସହ ଉକ୍ତ ବ୍ୟାଗରେ ୪ ଲକ୍ଷ ୫୦ ହଜାର ଟଙ୍କା ଥିବା ନେଇ ଥାନା ଅଧିକାରୀଙ୍କୁ କହିଥିଲେ । ଘଟଣାଟିକୁ ଗମ୍ଭିରତା ସହ ନେଇ ଥାନା ଅଧିକାରୀ ସିଙ୍ଗାପୁର ରୋଡରେ କାର୍ଯ୍ୟରତ ଆରପିଏଫ କର୍ମଚାରୀ ମାନଙ୍କୁ ଘଟଣାସଂପର୍କରେ ଅବଗତ କରାଇଥିଲେ । ଟ୍ରେନ ଟି ସିଙ୍ଗାପୁର ରୋଡ ଠାରେ ପହଂଚିବା ପରେ ଆରପିଏଫ କନେଷ୍ଟବଲ ଡି.ପ୍ରସାଦ ଏବଂ ଏମ.ଏସ.ରାଓ ବି୪ ବଗିରେ ପହଂଚି ସିଟ ନଂ ୨୭ ଠାରୁ ଶ୍ରୀ ୟେଏସଦାନିଙ୍କ ଏକ ବ୍ୟାଗକୁ ଜବତ କରି ରାୟଗଡା ଆରପିଏଫ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏ ନେଇ ରାୟଗଡ ଆରପିଏଫ ଥାନାରେ ୨୩/୨୦ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ପରେ ଆବଶ୍ୟକୀୟ ନଥିପତ୍ର ଯାଂଚ ପରେ ଉକ୍ତ ଟଙ୍କାକୁ ଶ୍ରୀ ୟେଏସଦାନିଙ୍କୁ ପ୍ରଦାନ କରିଥିଲା ।