ହେଡଲାଇନସ୍:

କରପା ପଂଚାୟତର ପ୍ରାୟ ୫୦୦ରୁ ଉର୍ଧ୍ଵ  ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଂଚାୟତର ପ୍ରାୟ ୫୦୦ରୁ ଉର୍ଧ୍ଵ  ବିଜେଡି ଓ କଂଗ୍ରେସ କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି କର୍ମୀ ମାନେ ବିଜେପିରେ ସାମିଲ ହୋଇଥିଲେ । ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ନୂତନ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଟୋପି ଏବଂ ଉତରୀୟ ଦେଇ ସ୍ୱାଗତ କରିଥିବା ସହ ଏହା ଦ୍ୱାରା ରାୟଗଡା ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ଆହୁରି ମଜବୁତ ହେବ ବୋଲି ପ୍ରକାଶ କରିଥିଲେ । ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କରପା ସରପଂଚ ସିନ୍ଧୁ କୁଲେସିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା କର୍ମୀ ମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଚିନ୍ତାଧାରା ଯୋଗୁଁ ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହେଲେ ବୋଲି ପ୍ରକାଶ କରିଥିଲେ । ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ର ରଜତ ମାଦଳା, ଅଜିତ ପାଣିଗ୍ରାହୀ, କିଶୋର ପଣ୍ଡା, ଗଙ୍ଗା ସାହୁ, ରବି ବେହେରା, ବୃନ୍ଦାବନ ସେନାପତି, ଶିବାଜୀ ଦାସ, ଦେବାଶିଷ ପଣ୍ଡା, ରଂଜନା ଉପାଧ୍ୟାୟ, ମୋଇନା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।       

 

0
0
0
s2sdefault