ହେଡଲାଇନସ୍:

ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ପ୍ରଶସ୍ତିକରଣ ପର୍ଯ୍ୟଟନ ବିକାଶରେ ସହାୟକ  ହେବ :  ଧର୍ମେନ୍ଦ୍ର

କେବଳ ବିରୋଧ କରିବାକୁ ବିରୋଧ କରଯାଏନି | ସରକାରଙ୍କ ଭଲ କାମକୁ ପ୍ରଶଂସା କରାଯିବାର ଆବଶ୍ୟକତା ରହିଛି | ଆଉ ଏପରି ସକାରାତ୍ମକ ରାଜନୀତିର ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ନୂଆବର୍ଷ ପୂର୍ବଦିନ ପୁରୀ ଗସ୍ତ କରି ଶ୍ରୀଜୀଉଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଚାରିପାର୍ଶ୍ୱର ଉନ୍ନତିକରଣ କାମକୁ ପ୍ରଶଂସା କରିବା, ସରକାରଙ୍କ ପକ୍ଷରୁ ପର୍ଯ୍ୟଟନର ବିକାଶ କରିବା ପାଇଁ ଚାଲିଥିବା ଇକୋ ରିଟ୍ରିଟ କୁ ପ୍ରଶଂସା କରିବା ପରେ ଏବେ ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ପ୍ରଶସ୍ତିକରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି |  ପ୍ରଶାସନର ପଦକ୍ଷେପକୁ ପ୍ରଶଂସା କରିବା ସହ ଏହା ପର୍ଯ୍ୟଟନ ବିକାଶରେ ସହାୟକ  ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |  ରାଜ୍ୟର ବିକାଶ ବା ପର୍ଯ୍ୟଟନର ବିକାଶ ପାଇଁ ଯାହା ଭଲ କାମ ହେଉଛି ସେଥିରେ ପ୍ରଶଂସା କରାଯିବା ଦରକାର ବୋଲି ଏକ ବାର୍ତ୍ତା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

 ସୂଚନାଯୋଗ୍ୟ ଯେ ଇଂରାଜୀ ନବବର୍ଷ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ  । ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ୨୦୨୦ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଲିଙ୍ଗରାଜ ମନ୍ଦିର ଚତଃପାଶ୍ୱର୍ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା କରିଥିଲେ  । " ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ହେବା ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଏହା ଭଲ ପଦକ୍ଷେପ । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ସବୁ ମନ୍ଦିରର ସୁରକ୍ଷା ହେବା ଉଚିତ୍ । ଗତ ତିନି ବର୍ଷ ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକାର ଦାଣ୍ଡରେ ଚାଲିଚାଲି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରକୁ ଆହୁରି ଭଲ କରିବା ଦରକାର" ବୋଲି ସେ କହିଥିଲେ  ।

ଆଜି ତାଙ୍କ ସୋସାଲ ମେଡିଆ ପେଜରେ ପ୍ରଶଂସା କରିଛନ୍ତି  ଲିଙ୍ଗରାଜ ମନ୍ଦିର ପ୍ରଶସ୍ତିକରଣ କାମକୁ  |  ସେ ତାଙ୍କ ଫେସବୁକ ପେଜରେ ଲେଖିଛନ୍ତି ଯେ "ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଏକାମ୍ର କ୍ଷେତ୍ର ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ଵାସର କେନ୍ଦ୍ର । ଏହି ପ୍ରାଚୀନ ମନ୍ଦିର କେବଳ ଧାର୍ମିକ ବିଶ୍ଵାସ ନୁହେଁ ବରଂ ଓଡିଆ ଜାତିର ବୈଜ୍ଞାନିକ ଭିତ୍ତିଭୂମି ଓ ଜ୍ଞାନର ପ୍ରମାଣ । ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ସମୟରେ ମନ୍ଦିରର ଚତୁଃପାର୍ଶ୍ୱକୁ ଅବରୋଧ ମୁକ୍ତ କରି ପ୍ରଶସ୍ତ ହେବା ପାଇଁ  ସ୍ଥାନୀୟ ପ୍ରଶାସନ ସାଧୁ ଉଦ୍ୟମ କରିଛି ।

ମାନ୍ୟବର ପ୍ରଧାନମନ୍ତ୍ରୀ ନିକଟ ଅତିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ସମୟରେ ଏହି ମନ୍ଦିର ସହ ଜଡିତ ପର୍ଯ୍ୟଟନ  ବିକାଶର କଥା ଚିନ୍ତା କରିଥିଲେ । ଏଠାକୁ ଅଧିକ ପର୍ଯ୍ୟଟକ ଆସିଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ପ୍ରଗତିରେ ମଧ୍ୟ  ସହାୟକ ହେବ ।"

 

 

 

 

 

 

 

 

 

 

0
0
0
s2sdefault