ହେଡଲାଇନସ୍:

 ଭଦ୍ରକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ - ୨୦୨୦ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଳାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି ଭବନ ପରିସରରେ  ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଡିଏସ୍ପି ଅମରେନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକରୀ ଡାକ୍ତର ପ୍ରଦୀପ ଖୁଣ୍ଟିଆଙ୍କ ସମେତ ଜିଲ୍ଳାସ୍ତରୀୟ ଅଧିକାରୀ,ବିଭିନ୍ନ ଶିକ୍ଯ୍ୟନୁଷ୍ଠାନ ର ଶିକ୍ଷକ-ଶିକ୍ଷୟତ୍ରୀ,ବରିଷ୍ଠ  ନାଗରିକ, ବୁଦ୍ଧିଜୀବି, ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତବର୍ଷ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ ଓ ସୁନ୍ଦରଭାବେ ପାଳନ କରାଯିବାକୁ  ସେଥିପାଇଁ  ଜିଲ୍ଲାପାଳ  ଜ୍ଞାନ ଦାସ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।  ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।  ବୈଠକରେ ଆଲୋଚନା କ୍ରମେ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ  ରାମଧୁନ୍ ପ୍ରଚାର, ବିଭିନ୍ନ ଶିକ୍ଷାନୁଷ୍ଠାନ  ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରୀ, ସହରର ମୁଖ୍ୟ ରାସ୍ତାପାଶ୍ୱର୍ରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଏବଂ ବ୍ଲକ ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ସ୍ତମ୍ଭ ଓ ନାମ ଫଳକରେ ମାଲ୍ୟାର୍ପଣ କରାଯିବ । ସେହିପରି ସକାଳ ୮.୩୦ ସମୟରେ ନେହେରୁ ଷ୍ଟାଡ଼ିୟମ ଠାରେ  ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୦ ପାଳନ ଉତ୍ସବରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ । ଏହି ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ମହାବିଦ୍ୟାଳୟ , ଉଚ୍ଚବିଦ୍ୟାଳୟ ସ୍ତରୀୟ ଏନସିସି , ସ୍କାଉଡ଼, ଗାଇଡ଼ି, ରେଡ଼କ୍ରସ ସିଭିଲିଆନଙ୍କ  ଦ୍ୱାରା ସଜରେଷ୍ଟ  ପ୍ରଦର୍ଶିତ ହୋଇଥିବା ଟ୍ରୁଫ୍ ମାନଙ୍କୁ ସିଲ୍ଡ ପ୍ରଦାନ କରାଯିବ । ଏହି ଅବସରରେ ସ୍କୁଲପିଲାମାନଙ୍କ ଦ୍ୱାରା ଜାନୁୟାରୀ ୧୬ରୁ ୧୮ତାରିଖ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ , ବକ୍ତୃତା ଓ ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗିତା ସଂସ୍କୃତି ଭବନ ପରିସରରେ  ଅନୁଷ୍ଠିତ ହେବ । ୨୦ ତାରିଖରେ କୁଇଜ ପ୍ରତିଯୋଗିତା ଜିଲ୍ଳା ସ୍କୁଲ ପରିସରରେ ଅନୁଷ୍ଠିତ  ହେବ । ସେହିପରି ଉକ୍ତ ଦିବସରେ ଚିତ୍ରକଳା ପ୍ରଦର୍ଶନ, ରକ୍ତଦାନ ଶିିବିର, ସଦର ଡ଼ାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ସହ ପ୍ରଜ୍ଞାପନ ମେଢ ପରେଡ ଉତ୍ସବରେ ପ୍ରଦର୍ଶନ କରାଯିବ  ।  ଶେଷରେ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

0
0
0
s2sdefault