ହେଡଲାଇନସ୍:

‘କବିତାରେ କମନୀୟତା ମାନବ ଜୀବନକୁ ପୂର୍ଣ୍ଣତା ଦିଏ’ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର ଲୋକଉତ୍ସବ ଉପଲକ୍ଷେ ବହୁଭାଷୀ କବିତା ଆସର

କବି ସୌଭାଗ୍ୟବନ୍ତ ମହାରଣା ସମ୍ବର୍ଦ୍ଧିତ

ବଲାଙ୍ଗିର,୦୩ା୦୧-" କବିତାରେ କମନୀୟତା ମାନବ ଜୀବନକୁ ସରସ ସୁନ୍ଦର କରି ପୂର୍ଣ୍ଣତା ଦିଏ । କବିତାର ଭାଷା ଓ ଭାବ ସ୍ୱତନ୍ତ୍ର । ଯାହା କବିତା ହିଁ ଦେଖାଏ । ଏହି ସ୍ୱତନ୍ତ୍ରତାକୁ ଯିଏ ଶୁଣି ପାରିଛି ସିଏ ହିଁ ସାର୍ଥକ କବି" ବୋଲି କଳାମଣ୍ଡଳ ପୁରୁଣା ମଞ୍ଚ ଠାରେ ସମ୍ପାନ ସମିତି ଅଧ୍ୟକ୍ଷ ରବିନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବହୁଭାଷୀ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ପ୍ରାଧ୍ୟାପକ କବି ଡ. ଗୋପୀନାଥ ବାଗ ମତବ୍ୟକ୍ତ କରିଛନ୍ତି । 

   ଏହି ଅବସରରେ ଓଡିଆ ଭାଷାର ପ୍ରତିଷ୍ଠିତ  କବି ସୌଭାଗ୍ୟବନ୍ତ ମହାରଣାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାନ କମିଟିର ସହ ଅଧ୍ୟକ୍ଷ ସନାତନ ଠାକୁର ମଞ୍ଚାସୀନ ଥିଲେ । ସଭା ସଞ୍ଚାଳନ କବି ଆନନ୍ଦଚନ୍ଦ୍ର ସାହୁ କରିଥିବା ବେଳେ ରାଜୀବ ଲୋଚନ ଆଚାର୍ଯ୍ୟ, ଦିଲୀପ ମିଶ୍ର, ଚତୁର୍ଭୁଜ ସାନ୍ତ, ସସ୍ମିତା ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ବରିଷ୍ଠ  ସାମ୍ବାଦିକ ଗୋବବନ୍ଧୁ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ରଘୁନନ୍ଦନ ସିଂ ଧନ୍ୟବାଦ ଦେଇଥିଲେ । ବହୁଭାଷୀ କବିତା ଆସରରେ ୫୦ରୁ ଉର୍ଧ୍ଵ  କବି ସ୍ୱରଚିତ କବିତା ଆବୃତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ବାବୁ, ସୁରେନ୍ଦ୍ର ତ୍ରିପାଠୀ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଦୀପକ ବରାଳ,ଜ୍ୟୋତିରଂଜନ ମିଶ୍ର, ଗୋପବନ୍ଧୁ ରଥ, ଅରୁଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।   

 

 

 

 

 

0
0
0
s2sdefault