ହେଡଲାଇନସ୍:

ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ : ବିଧାୟକ ଗୃହରେ କରିଥିବା  ନିବେଦନ  ଉପରେ ହେଲା ତର୍ଜ୍ଜମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛିା ବିଧାୟକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଭ୍ୟସଭ୍ୟାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିଲା ପରେ ପରେ ପଞ୍ଚଦଶ ଓ ଷୋଡ଼ଶ ବିଧାନସଭାରେ କରାଯାଇଥିବା ବିଚାରାଧୀନ ନିବେଦନଗୁଡ଼ିକ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲାା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଆଡଠାରୁ କାଙ୍କଡଫେରା, ନେତୁଆଠାରୁ ଆଦିର୍ଗା ଓ ଗୋକୁଣ୍ଡି ହାଟପଡ଼ିଆଠାରୁ ଲୁହାପଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତା ନିର୍ମାଣର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲାା ଏହା ଛଡ଼ା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେଫି୍ରପଡ଼ା ବ୍ଲକର ମେଗବିରା ଓ ଫୁଟକଣା ମଧ୍ୟରେ ଥିବା ନାଳ ଉପରେ ପୋଲ ନିର୍ମାଣ, ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଖିମରାଠାରେ ଅଙ୍ଗ ନଦୀ ଉପରେ ପୋଲ କିମ୍ବା ବିଜୁ ସେତୁ ନିର୍ମାଣ ଓ ଘୁ. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ଏନ୍ବିସିସି, ନୂଆଦିଲ୍ଲୀ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣର ଆବଶ୍ୟକତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲାା

ଏହି ବୈଠକରେ ସଂପୃକ୍ତ କମିଟିର ସଦସ୍ୟସଦସ୍ୟାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲୋ

0
0
0
s2sdefault