ହେଡଲାଇନସ୍:

ପୋଡି ହୋଇ ମହିଳାଙ୍କ ମୃତ୍ୟୁ, ହତ୍ୟା  ଅଭିଯୋଗ ଆଣିଲେ ଭାଇ ସୁବ୍ରତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ଥାନା ଭାଲୁଡୁଙ୍ଗୁରି ଗ୍ରାମରେ ଜୟଦେବ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ବିଲମ୍ବିତ ରାତ୍ରିରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ତାଙ୍କର ସ୍ବାମୀ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ମତେ ସୁମିତ୍ରାଙ୍କ ଶରୀରର ୮୦ ପ୍ରତିଶତ ପୋଡି ହୋଇଥିବା ବେଳେ ପ୍ରଥମେ ତାଙ୍କୁ ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଲୁଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଉଲୁଣ୍ଡା ଡାକ୍ତର ମୃତ ଘୋଷଣା କରିଥିଲେ । ସୁମିତ୍ରାଙ୍କ ବାପଘର ବୀରମହାରାଜପୁର ଥାନା ତେନ୍ତୁଳିମହଦା ଗ୍ରାମରେ । ସେ ଗତ ମାର୍ଚ୍ଚ ମାସରେ ଭାଲୁଡୁଙ୍ଗୁରିର ଜୟଦେବଙ୍କୁ ବିବାହ କରିଥିଲେ । ଏହି ଘଟଣାରେ ସୁମିତ୍ରାଙ୍କ ଭାଇ ସୁବ୍ରତ ବେହେରା ଥାନାରେ ଲିଖିତ ଭାବେ ମୋ ଭଉଣୀଙ୍କୁ ହତ୍ଯା କରାଯାଇଛି ଓ ବିଭିନ୍ନ ସମୟରେ ଶାରୀରିକ ନିର୍ଯାତନା ଏମିତି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ  ଧାରା ୪୯୮(ଏ) ୩୦୪ (ବି)୩୦୨/୩୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ଜାରିରଖିଛି।

0
0
0
s2sdefault