ଗୁମ୍ମା ଘାଟିରେ ୨୦ ଫୁଟ ତଳକୁ ଓଲଟାଇଲା  ଟ୍ୟାଙ୍କର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଡ୍ରାଇଭର ଅନ ଦି ସ୍ପଟ, ଡାକ୍ତରଖାନାରେ ହେଲପର

ରାୟଗଡା/Saroj Sahu : ରାୟଗଡା ସହର ସଦର ମହକୁମାର ୧୦ କି.ମି ଦୂରରେ ଥିବା ଗୁମ୍ମା ଘାଟିରେ ୨୦ ଫୁଟ ତଳକୁ ଏକ ଟ୍ୟାଙ୍କର ଖସି ପଡିବା ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ହେଲପରକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସୂଚନା ମୁତାବକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଏମପି୧୯ ଏନଏ ୭୦୪୪ ଟିକିରି ଦୋରାଗୁଡା ଠାରେ ଥିବା ଉକ୍ରଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ ପାଉଡରେ ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲା । ଭୋର ସମୟରେ ଗୁମ୍ମା ଘାଟି ଚଢୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଗୁମ୍ମା ଘାଟିରୁ ୨୦ ଫୁଟ ତଳକୁ ଖସି ପଡିଥିଲା । ଫଳରେ ଗାଡି ତଳେ ଚାପି ହୋଇ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ହେଲପର ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ମୃତ ଡ୍ରାଇଭରର ମୃତ ଦେହ ଉଦ୍ଧାର କରିଛନ୍ତି ।  

 

0
0
0
s2sdefault