ହେଡଲାଇନସ୍:

ନୂଆବର୍ଷରେ ଦୁଃଖ ଦେଇ ଆରପାରିକୁ ଚାଲିଗଲେ ସମାଜସେବୀ ଜଗଦିଶ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ) ସମାଜସେବୀ ତଥା ଉକ୍ରଳ ସମ୍ମିଳନୀର ସଦସ୍ୟ ଜଗଦିଶ ସାହୁଙ୍କ ୬୮ ବର୍ଷ ବୟସରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଡାକ୍ତରମାନଙ୍କ ପରୀକ୍ଷା ପରେ ସ୍ୱର୍ଗତ ସାହୁଙ୍କର ହୃଦରୋଗ ସହ କିଡନି ନଷ୍ଟ ହୋଇଯାଇଥିବା ଜଣାପଡିଥିଲା । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଂଚେଇ ପାରିନଥିଲେ । ୦୧ ତାରିଖ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ବାତିଲି ଅଣାଯାଇ ବଂଶଧାରା ନଦୀ କୂଳେ ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ୍ୟୁ ସମୟରେ ଧର୍ମପତ୍ନୀ, ଦୁଇ ଝିଅ, ପୁଅ, ଜ୍ୱାଇଁ, ଭାଇ ମୋହନ ସାହୁ, ପୁତୁରା ସବ୍ୟସାଚୀ ସାହୁ, ଭଣଜା ପୂର୍ବତନ ପୌର ଉପାଧ୍ୟକ୍ଷ  ନିରଂଜନ ବକ୍ସିପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା-ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ  ରହୁଥିବା ଓଡିଆମାନଙ୍କ ସମସ୍ୟା ସମାଧାନ କରିବାରେ ତାଙ୍କର ଅବଦାନ ଚିରସ୍ମରଣୀୟ ଥିଲା । ସେ ସମବାୟ ସଂସ୍ଥାର ସଭାପତି ରୂପେ ନିର୍ବାଚିତ ହୋଇ ଅଂଚଳର ଚାଷୀମାନଙ୍କ ସମସ୍ୟା ଦୂର କରିବାରେ ସହାୟକ ହୋଇଥିଲେ । ତାଙ୍କ ବିୟୋଗରେ ଗୁଣପୁର ଓ ବାତିଲ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ସମ୍ମାନର୍ଥେ ବାତିଲିର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ରାୟଗଡା, ଗୁଣପୁର ଓ ଶ୍ରୀକାକୁଲମ ଅଂଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ ।  

 

0
0
0
s2sdefault