ହେଡଲାଇନସ୍:

 ଜିଲ୍ଲାପାଳ ଓ ଏସପି ପରିବାର ସହ ନିଆରା ଢଙ୍ଗରେ ପାଳିଲେ ନୂଆବର୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ଥାନୀୟ ସେବାସମାଜରେ ଅନାଥ ପିଲାଙ୍କ ଗହଣରେ କାଟିଲେ ଅଭୁଲା ମୁହୂର୍ତ୍ତ 

ରାୟଗଡା (ସରୋଜ ସାହୁ) ନୂତନ ବର୍ଷ – ୨୦୨୦ ପାଳନ ନିମନ୍ତେ ସାରା ଜିଲ୍ଲାରେ ଚଳ ଚଚଂଳ  । ଅଫିସ ମାନଙ୍କରେ ନୁତନ ବର୍ଷର ଶୁଭେଛା ଦେବାକୁ ଭିଡ଼ ଜମିଥିବା ବେଳେ ଏପଟେ କିନ୍ତୁ ଜିଲ୍ଲା ମୁଖିଆ ପରିବାରଙ୍କ ସହିତ ନିଆରା ଢ଼ଙ୍ଗରେ ଅନାଥ ପିଲାଙ୍କ ଗହଣରେ ପାଳିଛନ୍ତି ନବବର୍ଷ  । ଆଜି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଏସପି  ଶର୍ବଣ ବିବେକ ଏମ ନିଜ ପରିବାର ସହିତ ରାୟଗଡ଼ା ସହର ଉପଖଣ୍ଡରେ ଥିବା ସେବା ସମାଜକୁ ଯାଇ ସେଠାରେ ଥିବା ଅନାଥ ଅନ୍ତବାସୀଙ୍କ ସହ ମିଠା ଖୁଆଇ ନୁତନ ବର୍ଷକୁ ପାଳନ କରିଥିଲେ  । ଏହି ସମୟରେ ପିଲାଙ୍କ ସହ ଆଲୋଚନା ବେଳେ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ନେଇ ପିଲା ମାନେ ଜିଲ୍ଲାପାଳ ଏବଂ ଏସପିଙ୍କୁ କହିଥିଲେ  । ମୁଖ୍ୟମନ୍ତ୍ରୀ ଅନାଥ ପିଲାଙ୍କ ଆବଶ୍ୟକିୟ ଉପକରଣ କିଣିବା ପାଇଁ ତାଙ୍କ ରିଲିଫ ପାଣ୍ଠିରୁ ରାୟଗଡ଼ା ଜିଲ୍ଲାକୁ  ୧୦ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ସେହି ଟଙ୍କାରେ ଜିଲ୍ଲାରେ ଥିବା ଗୁଣପୁର ,ଜବରଗୁଡ଼ା ,ଲିମାମଡ଼ା ଏବଂ ରାୟଗଡ଼ା ସହରରେ ଥିବା ଅନାଥ ପିଲାଙ୍କ ସେବା ଯତ୍ନ ଅନୁଷ୍ଠାନକୁ   ଗୋଟିଏ ଲେଖାଏଁ ଫ୍ରିଜ , ୱାସିଙ୍ଗମେସିନ ,ଇନଭରଟର  , ଗୋଟିଏ କମ୍ପ୍ୟୁଟର ସହ ପ୍ରିଣ୍ଟର, ୩ ଟି ଅଗ୍ନି ନିର୍ବାପକ ଯନ୍ତ୍ର, ୧୦୦୦ ଲିଟର କ୍ଷମତା ସମ୍ପର୍ଣ୍ଣ ଗୋଟିଏ ପାଣି ଟାଙ୍କି , ଗୋଟିଏ ଗ୍ରାଇଣ୍ଡର  ଏବଂ ୪ ଟି ଅନୁଷ୍ଠାନରେ ଆବଶ୍ୟକ ଥିବା ୫୬ ଟି ଖଟ ସହ ଗଦି ଯୋଗାଇ ଦେଇଥିଲେ  । ଏହି ସହ ଜିଲ୍ଲାପାଳ ପ୍ରମୋଦ ବେହେରା ରାୟଗଡ଼ା ସେବା ସମାଜ ଅନ୍ତବାସୀଙ୍କ ଆମୋଦ ପ୍ରମୋଦ ପାଇଁ ନିଜ ତରଫରୁ ଏକ ଏଲଇଡ଼ି ଟିଭି ଅତିଶିଘ୍ର  ଯୋଗାଇ ଦେବାକୁ ପିଲାଙ୍କୁ ପ୍ରତି ଶୃତି ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜର ପରିଚାଳକ ସମାଜ ସେବୀ ଜୟରାମ ଜେନା , ବିଶିଷ୍ଟ ଗାନ୍ଧିବାଦି ନେତ୍ରୀ ଶାନ୍ତୀ ଦାସ , ରାୟଗଡ଼ା ପିଏ ଆଇଟିଡ଼ିଏ ଟୁକୁ ବାରିକ , ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାୟକ ପ୍ରମୁଖ ଯୋଗ ଯୋଗ ଦେଇଥିଲେ  ।

 

 

0
0
0
s2sdefault