ହେଡଲାଇନସ୍:

୨୦୨୦ରେ ଦେଶର ଉର୍ଜା ଭୂତିଭମିରେ ଅଭୁତପୂର୍ବ ପ୍ରଗତି ହେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଏଏଲପି  ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ) – ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନ କୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି । ବର୍ଷ ୨୦୨୦ରେ ଦେଶର ଉର୍ଜା ଭୂତିଭମିରେ ଅଭୁତପୂର୍ବ ପ୍ରଗତି ହେବ ବୋଲି ନୂଆଦିଲ୍ଲୀ ଠାରେ ଓପନ ଆକ୍ରେଜ ଲାଇସେନ୍ସିଂ ପଲିସି ଓଏଏଲପି ବିଡ ରାଉଣ୍ଡ-୪ ଅଧୀନରେ ଚୁକ୍ତି ସ୍ୱାକ୍ଷର ହେବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି କାର୍ଯ୍ୟକ୍ରମରେ ଓଏନଜିସିର ପୁରସ୍କୃତ ୭ ବ୍ଲକକୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଅଢେଇ ବର୍ଷରେ ଭାରତ ସରକାରଙ୍କ ପକ୍ଷରୁ ସଫଳତାର ସହ ଅନୁସନ୍ଧାନ ଓ ଉପôାଦନ ପାଇଁ ପ୍ରାୟ ୧.୪ ଲକ୍ଷ ବର୍ଗ କିଲୋମିଟର ଆବଂଟନ କରାଯାଇଛି । କ୍ରମାଗତ ସଂସ୍କାର କରାଯାଇ ନୀତିଗତ ଭାବେ ଓପନ ଆକ୍ରେଜ ଲାଇସେନ୍ସିଂ ପଲିସି ଓଏଏଲପି ବିଡ ରାଉଣ୍ଡ-୪ ଅଧୀନରେ ପ୍ରଥମ ରାଉଣ୍ଡରେ ୬୦ ହଜାର କିମି, ଦ୍ୱିତୀୟ ଏବଂ ତୃତୀୟ ରାଉଣ୍ଡରେ ପ୍ରାୟ ୩୦-୩୦ ହଜାର ଏବଂ ଚତୁର୍ଥ ରାଉଣ୍ଡରେ ୧୮ ହଜାର ୫୦୦ ବର୍ଗ କିମିର ଆବଂଟନ ପୂରଣ ହୋଇଛି ଏବଂ ଚତୁର୍ଥ ରାଉଣ୍ଡର କାମ ଓଏନଜିସି ଦ୍ୱାରା ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଉର୍ଜା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଭାରତ ସରକାରଙ୍କ ତରଫରୁ ଉର୍ଜା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରାଯାଉଛି । ଜାତୀୟ ଭିତିଭୂମି କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାର ଯୋଜନା କରାଯାଇଛି । ଏହି ପ୍ରକଳ୍ପରେ ଉର୍ଜା କ୍ଷେତ୍ରର ୨୪ ପ୍ରତିଶତ ଭାଗ ରହିବ । ଯାହା ଦେଶର ଅର୍ଥନୀତିରେ ପ୍ରଭାବ ପକାଇବ । ଦେଶର ଅର୍ଥନୀତିକୁ ଦ୍ରୁତ ଗତି ଦେବାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ଅଂଶୀଦାରଙ୍କ ଯୋଗଦାନ ରହିଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅଧୁନା ଯୁଗରେ ଟେକ୍ନୋଲୋଜି, ବିଜ୍ଞାନ ଦ୍ରୁତ ଗତିରେ ଅଗ୍ରସର ହେଉଛି । ତୈଳ ଏବଂ ଗ୍ୟାସ କମ୍ପାନୀମାନେ ମଧ୍ୟ ଏହି କ୍ଷେତ୍ରର ବୃଦ୍ଧି କରିବା ପାଇଁ ଡିଜିଟାଲାଇଜେନସକୁ ଗୁରୁତ୍ୱ ଦେଉଛନ୍ତି ।

 

0
0
0
s2sdefault