ହେଡଲାଇନସ୍:

ବିଶ୍ୱକଲ୍ୟାଣ ନିମନ୍ତେ ଭାଗବତ ଅଷ୍ଟପ୍ରହରୀ ନାମ ଯଜ୍ଞ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

( ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଶାନ୍ତିପୁର ଗ୍ରାମରେ ବିଶ୍ୱକଲ୍ୟାଣ ନିମନ୍ତେ ଭାଗବତ ଅଷ୍ଟପ୍ରହରୀ ନାମଯଜ୍ଞ ମହାଆଡମ୍ବରର ସହିତ ପାଳିତ ହୋଇଯାଇଛି I ଏହି ନାମଯଜ୍ଞରେ ସମ୍ପାଦକ ସଦାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ୧୨ରୁ ଉର୍ଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଛନ୍ତି I ଯଜ୍ଞରେ କର୍ତ୍ତା ଭାବରେ ଅଭିମନ୍ୟୁ ରତା ଓ ତାଙ୍କ ସହଧର୍ମିଣୀ ଭାରତୀ ରତା ବସିଥିଲେ I ସେହିପରି ପୂଜକ ଭାବରେ ଭୁଲୁକି ପାଢ଼ୀ ପୂଜାର୍ଚ୍ଚନା କରିଥିଲେ I କାର୍ଯ୍ୟକ୍ରମରେ ବିଶେଷ ସହଯୋଗ ଭାବରେ  ଗୋବିନ୍ଦ, ସନ୍ତୋଷ, ସୁକାନନ୍ଦ, ପ୍ରଦୀପ ସଦାନନ୍ଦ,ଶଙ୍କର ବିବିନ୍ଦ୍ର, ସନକ, ରମେଶ, ବିପିନ, ସାନୁଜ ଆଦି ଗ୍ରାମବାସୀଙ୍କର ମିଳିତ ସହଯୋଗରେ ନାମଯଜ୍ଞ ପାଳନ କରିଛନ୍ତି I

0
0
0
s2sdefault