ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ ଡ଼ ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୃଷି କ୍ଷେତ୍ରରେ ସଫଳତା ପାଇଁ ଓଡିଶାକୁ ଉତ୍କର୍ଷତା ପୁରସ୍କାର 

Bhubaneswar(Shasak Prashasak)କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ "ସମୂହ ଖାଦ୍ୟଶସ୍ୟ ଉତ୍ପାଦନ" "ପ୍ରଶଂସା ପୁରସ୍କାର"ମିଳିଛି  । କୃଷି କ୍ଷେତ୍ରରେ ଉତ୍କର୍ଷତା  ପାଇଁ  କର୍ଣ୍ଣାଟକ ତୁମ୍‌କର୍‌ରେ ଓଡିଶାକୁ ପୁରସ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି | 

ଏହି ପୁରସ୍କାର ଗ୍ରହଣ କରିବା ପରେ କୃଷିମନ୍ତ୍ରୀ ଡ଼ ସାହୁ ସୋସିଆଲ ମିଡିଆରେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ ଚାଷକୁ ଉନ୍ନତ କଲେ ସକଳ ଉନ୍ନତି ସମ୍ଭବ l ଚାଷୀମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ଉନ୍ନତି ଓ ସ୍ଵାର୍ଥ ରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁଦ୍ଧିବଦ୍ଧ l ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯେଉଁ କୃଷି ନୀତି ସହିତ ବିଭିନ୍ନ ଯୋଜନା କରିଥିଲେ ତାହା ସଫଳ ହୋଇଛି ।" ବୋଲି ମନ୍ତ୍ରୀ  ଡ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି | 

 

0
0
0
s2sdefault