ହେଡଲାଇନସ୍:

୮ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ-୨୦୧୯ ଉଦ୍‍ଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦ୍ବିତୀୟ ସନ୍ଧ୍ୟାରେ "ସ୍ରଷ୍ଟା" ,ଶେଷ ରଜନୀରେ "ଭଗ୍ନାଂଶ" ଓ " ମିଟି କା ରିସ୍ତା "

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନଃରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ  ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ  ୮ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ୨୦୧୯ ଉଦ୍‍ଯାପିତ ହୋଇଯାଇଛି।

  ଦ୍ବିତୀୟ ସନ୍ଧ୍ୟାରେ କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ତିରୁପତି ପାଣିଗ୍ରାହୀ , ନାଟ୍ୟ ନିର୍ଦ୍ଦେଶକ , ଭୂବନେଶ୍ୱର ର ପଞ୍ଚାନନ ଦାସ , ନାଟ୍ୟକାର ଓ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ ମଞ୍ଚସୀନ ଅତିଥି ରୂପେ ଯୋଗଦେଇଥିଲେ।

 ଉପାନ୍ତ ଅଞ୍ଚଳ ପାରଳାଖେମୁଣ୍ଡି ଠାରେ  ଆଗାମୀ ଦିନରେ ଜାତୀୟ ସ୍ତରୀୟ ନାଟକ ମହୋତ୍ସବ କରାଯିବା ନେଇ ଯେଉଁ ପ୍ରୟାସକୁ ପ୍ରଶଂସା କରିଥିଲେ ଅତିଥି ମାନେ।ଅମୂଲ୍ୟ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏମ୍. ପୃଥ୍ବୀରାଜ ଧନ୍ୟବାଦ ଅର୍ପଣ କରିଥିଲେ।

 

ଉଦ୍ଯାପନୀ ସନ୍ଧ୍ୟାରେ କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ନାଟ୍ୟକାର ଓ ନିର୍ଦ୍ଦେଶକ ଡଃ. ନରେନ୍ଦ୍ର କୁମାର ମିଶ୍ର , ପାରଳାଖେମୁଣ୍ଡି ବିଧାୟକ କେ . ନାରାୟଣ ରାଓ ଅତିଥି ରୂପେ ଯୋଗ ଦେଇ ଏହି ସହର ନାଟ୍ୟକାର ତଥା ବିଭିନ୍ନ ଶିଳ୍ପୀ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଏହି  ସହର ନାଟ୍ୟ ଜଗତରେ ଏକ ମହାନୀୟ ସ୍ଥାନ ଗ୍ରହଣ କରିପାରିଛି ବୋଲି କହିଥିଲେ।

ଶେଷ ରଜନୀ ରାୟଗଡା ଜିଲ୍ଲାର ରୟାଲ୍ ଚାଲେଞ୍ଜରସ୍ କଲ୍ ଚାରାଲ ଆସୋସିଏସନ୍ ପକ୍ଷରୁ ନାଟକ "ଭଗ୍ନାଂଶ" ଏବଂ ଆୟୋଜକ କ୍ରିଏଟିଭ୍ ଆର୍ଟସ୍ ର ନାଟକ " ମିଟି କା ରିସ୍ତା" ମଞ୍ଚସ୍ଥ ହୋଇଥିଲା।

ସମସ୍ତ କାର୍ଯ୍ୟକ୍ରମକୁ ଆଦର୍ଶ ଦାସ , ହରିହର ପଟ୍ଟନାୟକ , ମାତାଙ୍ଗିନୀ ଗୁରୁ , ସୁଜିତ ପାଣିଗ୍ରାହୀ , ଅମୂଲ୍ୟ ପାଣିଗ୍ରାହୀ , ଏମ୍ .ପୃଥ୍ବୀରାଜ , ଜଟିଆ ଗୌଡ , ମୋନାଜ କୁମାର ପାଢ଼ୀ , କାମଦେବ , ହର ତ୍ରିପାଠୀଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

 

0
0
0
s2sdefault