ହେଡଲାଇନସ୍:

ଅଣସର ଘରୁ ବାହାରି ଶେଷରେ ନଗର ଭ୍ରମଣରେ ଯିବେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ତଦନ୍ତ ପାଇଁ କମିଟି ଗଠନ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

  • ତିନି ଦିନରେ ରିପୋର୍ଟ ଦାଖଲ କରିବାକୁ କଣ୍ଟ, ରିପୋର୍ଟ ମିଳିବା ପରେ ବାଲେଶ୍ୱର ଗସ୍ତରେ ଯିବେ 

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ସେପଟେ କେନ୍ଦ୍ର ରାସ୍ତାମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ମେଡିକାଲର ଯାବତୀୟ ଅବ୍ୟବସ୍ଥା ନେଇ ଧାରଣା ଦେବା ସ୍ୱାସ୍ଥ୍ୟ ବିଭାଗ ପ୍ରତି ଏକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି | ଆଉ ସେ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ | ତଦନ୍ତ ରିପୋର୍ଟ ଆସିବା ପରେ ମନ୍ତ୍ରୀ ଶ୍ରୀ ଦାସ ବାହାରିବେ ବାଲେଶ୍ଵର ଅଭିମୁଖେ | ମାନେ ମୋ ସରକାର ହାତକୁ ସ୍ୱାସ୍ଥ୍ୟ ବିଭାଗ ଯିବା ପରେ ଫୋନରେ ରୋଗୀଙ୍କ ନିଜ ଚମ୍ବରରୁ କଥା ହେବା ଓ ଭିଡିଓ କନଫରେନସିଂ ଛଡା ଆଉ ବାହାରକୁ କୌଣସି ହସ୍ପିଟାଲ ବୁଲିବାକୁ ବି ଯାଉନଥିଲେ | ଫୋନରେ କୋଉ ରୋଗୀଙ୍କ ସହ କଥା ହେଉଥିଲେ ବୋଲି ରିଲିଜ ଆସୁଥିଲା ତାହା ସାରେ ଜାଣିଥିବେ |  ମୋ ସରକାରଙ୍କ ଦ୍ୱାରା ରାଜ୍ୟବ୍ୟାପୀ ବିଭିନ୍ନ ଡାକ୍ତରଖାନା ଗସ୍ତ ତଥା ଦୀର୍ଘଦିନ ଧରି ବିଭିନ୍ନ ଡାକ୍ତରଖାନାରେ ୫ଟି ସଚିବ ଭି କେ ପାଣ୍ଡିଆନ  ଓ ମୋ ସରକାର ଟିମର ସୁପାରିଶ କ୍ରମେ ବିଭିନ୍ନ ଅଭାବ ଅସୁବିଧା ଦୂର ପାଇଁ ତ୍ୱରିତ ପଦକ୍ଷେପ ନେବା ପରେ ପ୍ରାୟ କଣଠେସା ହୋଇ ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଆକ୍ଟିଭିଟି ସୀମିତ ହୋଇଯାଇଥିଲା | ବିଭନ୍ନ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ | କୋଉଠି ମେଡିକାଲ କଲେଜ ହେବ, କୋଉଠି ଡାକ୍ତର ବା ଭିତ୍ତିଭୂମି, ଏସସିବି ପାଇଁ କେତେ ତାଙ୍କ ଦିଆଯିବ,  ମୋଟାମୋଟି ଗତ ଦୁଇମାସ ହବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ବା ନିର୍ଦ୍ଦେଶ ମୋ ସରକାର ଅନ୍ତର୍ଗତ ଚାଲିଛି | ଓଡିଶା ବାସୀଙ୍କ ମନରେ ଧାରଣା ସୃଷ୍ଟି ହେଲା ଯେ ସ୍ୱାସ୍ଥ୍ୟ ବିଭାଗ ତା ଦାୟିତ୍ୱ ଠିକଣା ଢଙ୍ଗରେ କରୁନଥିଲା | ଶ୍ରୀ  ପାଣ୍ଡିଆନଙ୍କ ନେତୃତ୍ୱରେ ମୋ ସରକାର ଟିମ ଗସ୍ତ କରିବା ପରେ ସ୍ୱାସ୍ଥ୍ୟ ବିଭାଗର ଅନେକ ସମସ୍ୟା ତତ୍କାଳ ବା ତ୍ୱରିତ ଅନେକ ସମସ୍ୟା ଦୂର ହୋଇପାରିଲା | ଅନ୍ୟ ପକ୍ଷରେ ମନ୍ତ୍ରୀ ରାଜା ସ୍ୱାଇଁ ବି ହସ୍ପିଟାଲ ବୁଲି ଖାଦ୍ୟର ମାନ ପରଖିଲେ ସିନା ଟାଣୁଆ ମନ୍ତ୍ରୀ ଶ୍ରୀ ଦାସଙ୍କୁ କୌଣସି ହସ୍ପିଟାଲ ଗସ୍ତରେ ଯିବା ଖବର ହସ୍ତଗତ ହେଲା ନାହିଁ  | ଏତେ ମନ୍ତ୍ରୀ ଏତେ ଜାଗା ବୁଲିଲେ, ଯଥା ଅରୁଣ ସାହୁ, ପ୍ରତାପ ଜେନା, ରାଜା ସ୍ୱାଇଁ, ସମୀର ଦାଶ , ଜଗନ୍ନାଥ ସରକାଙ୍କ ସମେତ ବହୁ ମନ୍ତ୍ରୀ ନିଜ ନିଜ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟାଳୟ ବୁଲୁଥିଲେ, ହେଲେ ନବ ବାବୁ କିନ୍ତୁ ନିଜ ଚାମ୍ବର ଆଉ ଭିଡିଓ କନ୍ଫରେନ୍ସିଂ ଚାମ୍ବର ଭିତରେ  ସୀମିତ ରହିଯାଇଥିଲେ | ସେ ବିଭିନ୍ନ ଜିଲ୍ଲା ହସ୍ପିଟାଲ ବୁଲି ତନାଘନା କରିଦେବା ଲୋକ | ସେମିତି କହି ଅନୁଭୂତ ହେଲାଣି ବେଶ ବହୁଦିନ ଧରି |   ଲାଗୁଥିଲା ଏତେବଡ ପ୍ରଭାବ ଶାଳୀ ମନ୍ତ୍ରୀ ଅଣସର ଘରେ ବୋଧେ | 

ହେଲେ ଏବେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତକାଲି ହଠାତ୍ ଧାରଣାରେ ବସିବା ଘଟଣା ଟିକେ ନବଙ୍କ ପାଇଁ ଅଣସର ଘରୁ ବାହାରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଯେହେତୁ ଜଣେ ମନ୍ତ୍ରୀ ଧାରଣାରେ ବସିଥିଲେ ତେଣୁ ଆଉ ଅଫିସର ତ ଘଟଣା ବୁଝିଲେ କି ପଦାକୁ ବାହାରିଲେ ସୁନ୍ଦର ଦିଶିବନୀ ! ତେଣୁ ମନ୍ତ୍ରୀ ବାହାରିବାକୁ ବାଧ୍ୟ ଡେକୋରେମ drustiru  ଘଟଣା ସମ୍ପର୍କରେ ଅବଗତ ହେବା ପରେ ସରକାରଙ୍କ ତରଫରୁ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି କରିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଏ ବିଷୟରେ ତଦନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଧକାରୀ କମିଟି ଗଠନ କରି ଘଟଣାର ପୁଂଖାନୁପୁଂଖ ତଦନ୍ତ ସହ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପ୍ରସ୍ତାବ ସହ ୩ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ରିପୋର୍ଟ ମିଳିବା ପରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ବାଲେଶ୍ୱର ଗସ୍ତ କରି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଯା ହେଉ ଶେଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନବବାବୁ ଅଣସର ଘରୁ ବାହାରି ପାରିଧି ବିଜେ ହେବେ | 

0
0
0
s2sdefault