ହେଡଲାଇନସ୍:

ଗୋପାଳଗାଁ କଲଚରାଲ କ୍ଲବର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଉଜ୍ଜ୍ୱଳ କର): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ସହରର ଗୋପାଳଗାଁ କଲଚୁରାଲ କ୍ଲବର ଚତୁର୍ଦଶ ବାର୍ଷିକୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ  ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉସôବକୁ ଉଦ୍ଘାଟନ କରିବା ସହ କ୍ଲବର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସମସ୍ତଙ୍କୁୁ ନବବର୍ଷର ଶୁଭେଛା ଜଣାଇବା ସହ ଗୋପାଳଗାଁ ସମେତ ସହରର ବିକାଶ ଦିଗରେ କ୍ଲବର ବହୁମୁଖୀ କାର୍ଯ୍ୟଧାରା ବେଶ ପ୍ରଶଂସନୀୟ ବୋଲି ସେ ମତପୋଷଣ କରିଥିଲେ । ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ୱରର ପରମ୍ପରା ଓ ସଂସ୍କତିିକୁ ଉଜ୍ଜୀବିତ କରିବାରେ ଗୋପାଳଗାଁ କଲଚୁରାଲ କ୍ଲବର କର୍ମକର୍ତ୍ତାଙ୍କ ପ୍ରୟାସ ବେଶ ପ୍ରଶଂସନୀୟ ବୋଲି କହିଥିଲେ । କେବଳ  ଉସôବ ପାଳନରେ ସୀମିତ ନ ହୋଇ ସମାଜସେବା ମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା,  ସମାଜସେବୀ ବିକ୍ରମ ପଣ୍ଡା, ଯୁବ ସଂଗଠକ ସଂଜୀବ ଦାସ, ଶ୍ରୀକାନ୍ତ ବୁଗୁଡ଼ାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଦୀର୍ଘ ଜୀବନ କାମନା କରିଥିଲେ । କ୍ଲବ ଦ୍ୱାରା ଆୟୋଜିତ ହେଉଥିବା କଳା ପ୍ରତିଯୋଗିତା  କଳାକାରମାନଙ୍କର ନୈପୁଣ୍ୟତାକୁ ପ୍ରଦର୍ଶନ କରିବାର ଏହା ଏକ ପ୍ଲାଟଫର୍ମ ହୋଇ ପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । କ୍ଲବର ସଭାପତି ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ଏଥିରେ ସଭାପତିତ୍ୱ କରିବା ସହ ଅନୁଷ୍ଠାନର ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅବିନାଶ ସ୍ୱାଇଁ, ପ୍ରଭାତ ମହାନ୍ତି, ଦେବାନନ୍ଦ ରାଉତ, ପ୍ରଶାନ୍ତ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ସଭାପରେ ଜିଲ୍ଲା ତଥା ଜିଲ୍ଲା ବାହାରର ଖ୍ୟାତନାମା କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ଦର୍ଶକମାନେ ବେଶ୍ ମନଭରି ଉପଭୋଗ କରିଥିଲେ ।

0
0
0
s2sdefault