ହେଡଲାଇନସ୍:

୪ରୁ ଶିଶିର ସରସ ଜାତୀୟ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମିନି ଇଣ୍ଡିଆ ବଜାର ସୃଷ୍ଟି କରିବ ଶିଶିର ସରସ,ସାମିଲ ହେବେ ୨୫ ରାଜ୍ୟ 

  • ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ୩୦୦ଟି ଷ୍ଟଲ 

  • ୧୧ ଦିନ ଧରି ପ୍ରଦର୍ଶନୀ ପଡିଆରେ ଚାଲିବ ଏହି ମେଳା

  • ମେଳା ପରିସର ରହିବ  ପ୍ଲାଷ୍ଟିକ-ପଲିଥିନ ମୁକ୍ତ

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଥିବା ଜାତୀୟସ୍ତରୀୟ ମେଳା ଶିଶିର ସରସ, ପ୍ରତିବର୍ଷ ଭଳି ଏଥର ମଧ୍ୟ ଆସନ୍ତା ୨୦୨୦ ଜାନୁଆରି ପ୍ରଥମ ସପ୍ତାହରୁ ଆରମ୍ଭ  ହେବାକୁ ଯାଉଛିା ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀ ଗୁଡିକୁ ବିପଣନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ମେଳା ଭୁବନେଶ୍ୱରରେ ଆୟୋଜନ ହେଉଛି |

ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ  ଏବଂ ଉତ୍ପାଦକ ଗୋଷ୍ଠିମାନଙ୍କୁ, ସେମାନଙ୍କ ଉତ୍ପାଦ ବା ସାମଗ୍ରୀ ବିକ୍ରିବଟା କରିବା ତଥା ପ୍ରଦର୍ଶନୀ ପାଇଁ ଏହି ଜାତୀୟସ୍ତରୀୟ ମେଳା ଏକ ଭଲ ମାଧ୍ୟମ ପାଲଟିଛିା ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓର୍ମାସ୍ ପ୍ରତିବର୍ଷ ଏହି ଶିଶିର ସରସ ମେଳା ଆୟୋଜନ କରିଆସୁଛିା ଏଥର ଏହି ମେଳା ଜାନୁଆରି ୪-୧୪ ତାରିଖ, ୧୧ ଦିନ ଧରି ଭୁବନେଶ୍ୱର ୟୁନିଟ-୩ ସ୍ଥିତ  ଇଡକୋ  ପ୍ରଦର୍ଶନୀ ପଡିଆରେ ଆୟୋଜନ ହେବ ବୋଲି ପଞ୍ଚାୟତିରାଜ, ପାନୀୟଜଳ, ନଗର ଉନ୍ନୟନ-ଗୃହ ନିର୍ମାଣ  ତଥା ଆଇନ ମାତୃ ପ୍ରତାପ ଜେନା ସୂଚନା ଦେଇଛନ୍ତି | 

ଆଜି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ଯେ , ଏଥର ଶିଶିର ସରସ ମେଳାରେ ମୋଟ ୩୦୦ଟି ଷ୍ଟଲ ସ୍ଥାନ ପାଇଛିା ଏଥିପାଇଁ ଆୟୋଜକଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛିା ଏଥିସହ ମେଳା ପରିସରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ-ପଲିଥିନ ମୁକ୍ତ କରିବା, ପାନୀୟ ଜଳ ସୁବିଧା, ସୁରକ୍ଷା, ଆଲୋକ ସୁବିଧା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛିା 

ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଏଥର ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତିା ଯେଉଁଥିରେ ଉତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତର ପ୍ରଦେଶର ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ଟସର କପଡା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ପଞ୍ଜାବର ଫୁଲକରୀ ପୋଷାକ ସହତି ଜମ୍ମୁ ଓ କଶ୍ମୀରର ଶୀତ ପୋଷାକ ଓ ଡ୍ରେସ ମଟେରିଆଲ ମେଳାର ପ୍ରମୁଖ ଆକର୍ଷଣ ରହିବା 

ସେହିପରି ଓଡିଶାର ୩୦ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ  ଓ ଉତ୍ପାଦକ  ଗୋଷ୍ଠୀ  ମଧ୍ୟ ସେମାନଙ୍କ ହାତ ତିଆରି ସାମଗ୍ରୀ ଧରି ମେଳାରେ ସାମିଲ ହେବୋ ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର, ସୁବର୍ଣପୁରର ଟେରାକୋଟା ସାମଗ୍ରୀ, ରାୟଗଡା, କନ୍ଧମାଳ ଓ ନୂଆପଡାର ଖାଦ୍ୟ ଓ ମସଲା, ବରଗଡ, ସୁବର୍ଣପୁର ଓ ବଲାଙ୍ଗିରର ହସ୍ତତନ୍ତ ସାମଗ୍ରୀ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରପଡାର  କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମଧ୍ୟ ମେଳାରେ ଉପଲବଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ଓର୍ମାସ ସିଇଓ ସ୍ମୃତି ରଞ୍ଜନ ପ୍ରଧାନ ଓ ପଂଚାୟତି ରାଜ ବିଭାଗ ଯୁଗ୍ମ ଶାସନ ସଚିବ ସ୍ୱୟଂପ୍ରଭା ମହାନ୍ତି ଉପସ୍ଥିତ ଥିଲେ | ସାମ୍ବାଦିକ ସମ୍ମୀଳମି ପୂର୍ବରୁ ଶିଶିର ସରସର ପ୍ରସ୍ତୁତିକୁ ନେଇ ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଓର୍ମାସ ତଥା ଅନ୍ୟ ସମ୍ପର୍କିତ ସଂସ୍ଥାର ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ଵପୁର୍ଣ ବୈଠକ ଅସୁଥିତ ହୋଇଥିଲା | 

ସ୍ୱତନ୍ତ୍ର ଆକର୍ଷଣ 

• ଏଥର ଶିଶିର ସରସ ମେଳାରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ  ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଉତ୍ପାଦ  ଗୁଡିକର ଉଦ୍ୟୋଗ ଆଧାର ଓ ଏରଗ ପଞ୍ଜୀକରଣ ପାଇଁ Facilitation Centre  (ସାଧନ କେନ୍ଦ୍ର) ବ୍ୟବସ୍ଥା କରାଯାଇଛିା 

• ୨୦୨୦ ଶିଶିର ସରସ ମେଳାରେ ୧୨ଟି ଷ୍ଟଲକୁ ନେଇ ଖୋଲାଯାଉଛି ଫୁଡ କୋର୍ଟ । ନିଜ ରାଜ୍ୟଠାରୁ ଦୂରରେ ରହୁଥିବା ବାହାର ରାଜ୍ୟର ଲୋକମାନଙ୍କ ଦ୍ୱାରା ଏହି ଫୁଡ କୋର୍ଟ ବେଶ ଆଦୃତ  ହେବ ବୋଲି ଆଶା ରଖିଛନ୍ତି ଆୟୋଜକା ଏଥିରେ ୮ଟି ରାଜ୍ୟ ଯଥା ବିହାର, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ, ଝାଡଖଣ୍ଡ, ହରିୟାଣା ଓ କେରଳର ଖାଦ୍ୟ ସହ ଓଡିଶାର ପାରମ୍ପରିକ ଖାଦ୍ୟ ସାମଗ୍ରୀ ମିଳିବା ଯେଉଁଥିରେ ବାରିପଦାର ମୁଢି-ମାଂସ ସହ କେନ୍ଦ୍ରାପଡାର ରସାବଳି, ଖୋର୍ଦ୍ଧା  ସ୍ୱୟଂ ସହାୟକ ଗୋଷ୍ଠୀ  ଦ୍ୱାରା ତିଆରି ପାରମ୍ପରିକ ଓଡିଆ ପିଠା ଓ ମିଲେଟ ମିଶନ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେବା 

• ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଏବଂ ହସ୍ତଶିଳ୍ପ ସାମଗ୍ରୀ ନେଇ ଏକ ଫ୍ୟାସନ ସୋ, ଆୟୋଜନର ମଧ୍ୟ ବ୍ୟବସ୍ଥା ରହିଛିା  କେବଳ ବିକ୍ରିବଟା ନୁହେଁ, ମେଳାକୁ ବୁଲି ଆସୁଥିବା ଦର୍ଶକ ଏବଂ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ସହ ପାରମ୍ପରିକ ଲୋକ ନୃତ୍ୟ, ଓଡିଆ ଓ ହିନ୍ଦୀ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ବ୍ୟଙ୍ଗ କଳାକାର ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବୋ ଏହି ମେଳା ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ, ଖଦୀ ଓ ଗ୍ରାମଦ୍ୟୋଗ କମିଶନ, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଏବଂ ନାବାର୍ଡର ମିଳିତ ସହଯୋଗରେ ଆୟୋଜନ ହେଉଛିା

0
0
0
s2sdefault