ହେଡଲାଇନସ୍:

 ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଜଳ ପ୍ରକଳ୍ପ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଂଗିଆ ଗ୍ରାମପଞ୍ଚାୟତରେ 75.71ଲକ୍ଷ ଏବଂ ମାଲିକାପରି ଗ୍ରାମପଞ୍ଚାୟତରେ 87.30ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା I ଉଦଘାଟନ ସଭାରେ  ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଘୁ. ଉଦୟଗିରି ବ୍ଲକ ଅଧକ୍ଷା ଦିପ୍ତିରେଖା ପ୍ରଧାନ, ଜ଼ିଲ୍ଲା ପରିଷଦ ଅଧକ୍ଷା ଆକାଂକ୍ଷା  ପ୍ରଧାନ ସମେତ ସ୍ଥାନୀୟ ନେତା ଉପସ୍ଥିତ ଥିଲେ I ସୁଜେଲି ଗ୍ରାମ ଏବଂ ମାଲିକାପରି ଗ୍ରାମ ଠାରେ ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ଫୁଲତୋଡ଼ା ଓ ବାଦ୍ୟଯନ୍ତ୍ର ମାଧ୍ୟମରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଥିଲେ I ପ୍ରାପ୍ତ ସୂଚନା ମୁତାବକ କଳିଂଗିଆ ଗ୍ରାମ ପଞ୍ଚାୟତର ସୁଜେଲି ଠାରେ 40, 000 ଲିଟର କ୍ଷମତା ବିଶିଷ୍ଠ କୂଅରୁ 15ଟି ଷ୍ଟାଣ୍ଡପୋଷ୍ଟ 509ଜଣ ଜନସାଧାରଣଙ୍କୁ  ଏବଂ ମାଲିକାପରି ଗ୍ରାମପଞ୍ଚାୟତର ବାଡ଼େନାଯୁ ଠାରେ 50,000 ଲିଟର କ୍ଷମତା ବିଶିଷ୍ଠ  କୂଅ ମାଧ୍ୟମରେ 879 ଜନସାଧାରଣଙ୍କ ପାଇଁ 47ଟି ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସୁଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇ ଥିବା ମନ୍ତ୍ରୀ ଘୋଷଣା କରିଛନ୍ତି I

 

0
0
0
s2sdefault