ହେଡଲାଇନସ୍:

ଏନଏଆରସିକୁ ନବୀନଙ୍କ "ନାଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସଂସଦରେ ସମର୍ଥନ ଦେଇଥିବା ବିଜୁ ଜନତା ଦଳ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସିକୁ ସମର୍ଥନ କରୁନାହିଁ ବୋଲି ଓଡ଼ିଶାର ମୁକଜ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି  "ଏନଆରସି ଉପରେ ବିଜୁ ଜନତା ଦଳ  ସଂସଦର ଉଭୟ ଗୃହରେ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଆମେ ଏନଆରସିକୁ ସମର୍ଥନ କରୁନାହୁଁ" ବୋଲି ସେ କହିବା ସହ ଗୁଜବ ଉପରେ ବିଶ୍ୱାସ ନକରିବାକୁ ରାଜ୍ୟବାସୀଙ୍କୁ  ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି " ଭାରତୀୟ ନାଗରିକଙ୍କ ଉପରେ ଏହାର କ୍ୟାବର କିଛି ପ୍ରଭାବ ପଡ଼ିବନି । ତାହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ" ବୋଲି ଦିଲ୍ଲୀ  ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 

0
0
0
s2sdefault