ହେଡଲାଇନସ୍:

୯ ହତ୍ୟା ଅଭିଯୁକ୍ତଙ୍କୁ ରାୟଗଡ ଜିଲ୍ଲା ଦୌରାଜଜ୍  ଦେଲେ ସଶ୍ରମ ଆଜୀବନ କାରାଦଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ (ସରୋଜ ସାହୁ): ରାୟଗଡ ଜିଲ୍ଲା ଦୌରାଜଜ୍ ଶ୍ରୀ ସୋମ ଶୋଖର ଜେନା ଏକ ହତ୍ୟାକାଣ୍ଡ ମାମଲାରେ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱିର୍କ ପରିସ୍ଥିତିର ବିଚାର କରି ଉକ୍ତ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ସଶ୍ରମ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରାପ୍ତ ଘଟଣାରୁ ପ୍ରକାଶ ଯେ, ରାୟଗଡ ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ ପୋଡକଣା ଗ୍ରାମର ଛେଳିଆ ମାଝୀ (୨୩) ଙ୍କୁ ତା. ୩୦.୧୧.୨୦୧୭ ରିଖ ଦିନ ରାତି ୮ ଘଣ୍ଟା ସମୟରେ କିଛି ଲୋକ ଘରୁ ଡାକିନେଇ କଡିଗରଡା ଜଙ୍ଗଲରେ ମୁଣ୍ଡଗଣ୍ଡି ଅଲଗା କରି ହତ୍ୟା କରିଥିଲେ । ଗୁଣିଗାରିଡି ସନେ୍ଦହ ଓ ଜମିଜମା ମାମଲାକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଥିଲା ଏହି ହତ୍ୟାକାଣ୍ଡ ନେଇ ଛେଳିଆ ମାଝୀଙ୍କ ମା ପଅଁଳା ମାଝୀ ଟିକିରି ଥାନାରେ ଏକ ମାମଲା ଦାୟର କରିଥିଲେ । ସେହି ସମୟରେ ଏହି ହତ୍ୟା ମାମଲାର ଅନୁସନ୍ଧାନ କରି ଟିକିରି ପୋଲିସ ୯ ଜଣ ଅଭିଯୁକ୍ତ ସାମିଲ ଥିବା ଜାଣିବାକୁ ପାଇଥିଲା ଓ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ଆଜି ରାୟଗଡ ଜିଲ୍ଲା ଦୌରାଜଜ୍ ଶ୍ରୀ ସୋମ ଶେଖର ଜେନା ସମସ୍ତ ୧୮ ଜଣ ସାକ୍ଷ୍ୟ ମାନଙ୍କ ବୟାନକୁ ଭିତି କରି ଓ ପାରିପାଶ୍ୱିର୍କ ପରିସ୍ଥିତିର ବିଚାର କରି ୯ ଜଣ ଅଭିଯୁକ୍ତ ସେହି ଗ୍ରାମର ବାଲି ମାଝୀ, ସନ୍ତୋଷ ମାଝୀ, ପାତିଡି ମାଝୀ, ନରୀ ମାଝୀ, କୁଶ ମାଝୀ, କୃଷ୍ନ ମାଝୀ, ଦେବ ମାଝୀ, ସାଲୁ ମାଝୀ ଓ କବିରାଜ ମାଝୀଙ୍କୁ ଦୋଷି ସାବ୍ୟସ୍ତ କରି ସଶ୍ରମ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାକୁ ସରକାରୀ ଓକିଲ ଅଜିତ ପଟନାୟକ ପର୍ିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ମୋହନ ନାୟକ ଲଢୁଥିଲେ । 

 

0
0
0
s2sdefault