ହେଡଲାଇନସ୍:

ରାୟଗଡ ଜିଲ୍ଲାରେ ମାତ୍ର ୫୦ ଜଣ କୁଷ୍ଠ ରୋଗୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଲାରେ ଡେଙ୍ଗୁ ଓ କଲେରାରେ ଆକ୍ରାନ୍ତ ହୋଇ ଅନେକ ଲୋକ ଜୀବନ ହରାଇଥିବାର ଚର୍ଚ୍ଚା ହେଉଥିବା ବେଳେ ଏବେ ଏକ ରୋଗ ଏହି ତାଲିକାରେ ଯୋଡି ହୋଇଯାଇଛି । ଜିଲ୍ଲାର ଗ୍ରାମାଂଚଳରେ ୫୦ ଜଣ କୁଷ୍ଠ ରୋଗିଙ୍କୁ ସଂପ୍ରତି ଚିହ୍ନଟ କରାଯାଇଥିବା ଜଣାପଡିଛି । ଜାତୀୟ କୁଷ୍ଠ ନୀରାକରଣ ଯୋଜନା ଅନୁଯାଇ ଅନୁସନ୍ଧାନ ବେଳେ ୫୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ରୋଗୀ ଜେମାଦେଇପେଣ୍ଠ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଥିବା ବେଳେ ବିଷମକଟକ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ମଧ୍ୟ କୁଷ୍ଠ ରୋଗୀ ନଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି । ତେବେ ରାୟଗଡ ବ୍ଲକର  ଜେମାଦେଇପେଣ୍ଠ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ସର୍ବାଧିକ ରୋଗୀ ଚିହ୍ନଟ ହେବା ଏକ ଚନ୍ତାଜନକ ବିଷୟ । ଏହି ବ୍ଲକରେ ୨୮ ଗୋଟି ପଂଚାୟତରେ ରହିଥିବା ଶତାଧିକ ଗ୍ରାମରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ କେଉଁ ଭଳି ସ୍ଥିତିରେ ଜିଲ୍ଲା ସଦର ବ୍ଲକ ଅଧିନରେ ଥିବା ଏହି ଅଂଚଳରେ ଏତେ ସଂଖ୍ୟକ ଲୋକ କୁଷ୍ଠ ରୋଗରେ ଆକ୍ରନ୍ତ ହେଲେ ଏବଂ ଜିଲ୍ଲା ଚିକିତ୍ସା  ବିଭାଗ ଏହି ବିଷୟରେ କିଭଳି ଜାଣିପାରିଲା ନାହିଁ ଏହାର ଏକ ବିଭାଗ ସ୍ଥରୀୟ ତଦନ୍ତ ହେବାକୁ ପ୍ରବଳ ଦାବୀ ହେଉଛି । ବର୍ତମାନ ଗ୍ରାମାଂଚଳରେ ୫୦ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ସହରାଂଚଳରେ ଏହି ରୋଗର ସର୍ବେକ୍ଷଣ ଚାଲିଛି । ଗତ ସେପଟେମ୍ବର ୧୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧୧ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଗ୍ରାମ ଗୁଡିକରେ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ବେକ୍ଷଣରେ ୧୮୧୬ ଜଣ ଆଶା ଓ ଅଙ୍ଗନବାଡି କର୍ମୀ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ଦ୍ୱାରା ଉକ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା । କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତୀଙ୍କୁ ବର୍ତମାନ ଚିକିତ୍ସା  ଆରମ୍ଭ କରାଯାଇଥିବା ଜିଲ୍ଲା କୁଷ୍ଠ  ନିରାକରଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ୯ ମାସ ଏବଂ ଅଳ୍ପ ଭାବେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ୬ ମାସର ଔଷଧ ପ୍ରଦାନ କରାଯାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ନିୟମିତ ଭାବେ ଔଷଧ ସେବନ କଲେ ରୋଗୀ ନିଶ୍ଚିତ ଆରୋଗ୍ୟ ହୋଇପାରିବେ ବୋଲି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି । 

 

0
0
0
s2sdefault