ହେଡଲାଇନସ୍:

ସିଆଲଟିରେ  ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ : "ସର୍ବଧର୍ମ"କୁ ହରାଇ କୁଳିଆପାତର ବିଜୟୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସିଆଲଟି ଗ୍ରାମରେ ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ! ଫାଇନାଲ ମ୍ୟାଚରେ ସିନାପାଲିର  ସର୍ବଧର୍ମ ଟିମକୁ ହରାଇ କୁଳିଆପାତର ଚାମ୍ପିୟନ ହୋଇଛି  !

ଆଜି ଅନୁଷ୍ଠିତ ହୋଇଥିଲା ଫାଇନାଲ ମ୍ୟାଚ |  ସିନାପାଲି ସର୍ବଧର୍ମ ଟିମ ୧୨ ଓଭରରେ ୮୦ରନ କରିଥିବା ବେଳେ କୁଳିଆପାତର ୧୨ ଓଭରରେ ୮ ଉଇକେଟ ହରାଇ  ବିଜୟୀ  ବିଜୟ ଲକ୍ଷ୍ୟ ହାସଲ କରିଥିଲା | ବେଷ୍ଟ ବୋଲର ଭାବେ କ୍ଷେତ୍ର ଚି଼ନ୍ଦା ଓ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ କାହ୍ନୁ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା | ସଭାପତି ନିରଞ୍ଜନ ମାଝୀ, ଉପ ସଭାପତି କୁମୁଦ ମେହେର, ସେକ୍ରେଟାରୀ ଝଜରାମ ମାଝୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ତପସ୍ୱିନୀ ମାଝୀ, ମୁଖି ଘିବେଲା, ନର ହଂସ ଓ ମିଥୁନ ବାଗ ଉପସ୍ଥିତ ଥିଲେ ! ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ତାଣ୍ଡି, କେଶବ ତାଣ୍ଡି, ଧନୀଷ୍ଟ ମାଝୀ, ସାଧୁରାମ ମାଝୀ, ଜଗନ୍ନାଥ ସାଗର ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | 

0
0
0
s2sdefault