ହେଡଲାଇନସ୍:

ମୋ ସରକାର, ୫-ଟି ଏବଂ ଜିରୋ-ଟଲରାନ୍ସକୁ "ଫୁ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇଟି ଠକେଇ ମାମଲାରେ ଶିକ୍ଷକ ଦୁଇ ଦୁଇ ଥର ଗିରଫ !

ଜେଲରେ ଥିବା ନିଲମ୍ବିତ ଶିକ୍ଷକଙ୍କୁ ଶିକ୍ଷା ବିଭାଗର ଅନୁକମ୍ପା କାହିଁକି ?

ଆନନ୍ଦପୁର (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା, ଘଷିପୁରା ବ୍ଲକର ମଛାଳୋ ପଞ୍ଚାୟତ ଅନ୍ତର୍ଗତ ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ମଙ୍ଗେସ୍ ବେହେରା ଚେକ୍ ବାଉନ୍ସ ମାମଲାରେ ଗିରଫ ହୋଇ ଆନନ୍ଦପୁର କୋର୍ଟ୍ ସାମ୍ନାରୁ ଫେରାର୍ ହୋଇଯାଇଥିବା ଘଟଣା ନିକଟ ଅତୀତରେ ସାରା କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପରେ, ପୁନର୍ବାର ଧରାପଡ଼ି ସେ ଜେଲ୍ ଗଲେ ଓ ଘଷିପୁରା ବ୍ଳକର ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରି ସାଇଁକୂଳ ବାନରସେନା ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ଦୈନିକ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ବେହେରା, ଉକ୍ତ ସ୍କୁଲକୁ ଦିନେ ହେଲେ ଗଲେନାହିଁ। ଏବେ, ଆଉ ଏକ ଠକାମୀ ମକଦ୍ଦମାରେ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ଯୋଗୁଁ ରାମଚନ୍ଦ୍ରପୁର ପୁଲିସ ତାଙ୍କୁ ପୁନଶ୍ଚ ଗିରଫ କଲେ ଓ  ଶ୍ରୀ ବେହେରା ସଂପ୍ରତି ଆନନ୍ଦପୁର ସବ୍-ଜେଲରେ ଥିବାର ଖବର ମିଳିଛି। ଏହାର ସତ୍ୟତାକୁ ଆଧାର କରି ଶିକ୍ଷା ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି କେମିତି ?? ସମସ୍ତ ବିଧି ବ୍ୟବସ୍ଥାକୁ ଆଖି ଠାର ମାରି ବିଭାଗୀୟ ଅଧିକାରୀମାନେ ଏ' ପର୍ଯ୍ୟନ୍ତ ତାଙ୍କୁ ଚାକିରୀରୁ ବହିଷ୍କୃତ ନ କରିବା ଅନ୍ତରାଳରେ ଜିଲ୍ଲା ଶିକ୍ଷାବିଭାଗରେ ସକ୍ରିୟ ଥିବା ଏକ ବିରାଟ ରାକେଟ୍ କାର୍ଯ୍ୟ କରୁଥିବା କଥା ଦାଣ୍ଡରେ ପଡି ହାଟରେ ଗଡୁଛି।  ମୋ ସରକାର, ୫-ଟି ଏବଂ ଜିରୋ-ଟଲରାନ୍ସ ଭଳି ନବୀନ ସରକାରଙ୍କ କାର୍ଯ୍ୟକ୍ରମ ସମୂହକୁ ମୁଷ୍ଟିମେୟ ଅସାଧୁ ସରକାରୀ କର୍ମଚାରୀ ଫୁ କରି ବେଶ୍ ହାତ ଚିକ୍କଣ କରୁଥିବାର ଚର୍ଚ୍ଚା ସାଧାରଣରେ ଜୋର୍ ଧରିଛି। ଏହି ମାମଲାକୁ ନେଇ ଏକ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଜନସ୍ୱାର୍ଥ ମକଦ୍ଦମା ଦାୟର କରିବାପାଇଁ ପ୍ରସ୍ତୁତି ଚଳାଇଥିବାର ଖବର ମିଳିଛି । ସିଡିଏମଓ, ଓଏଏସ୍ ଅଧିକାରୀଙ୍କୁ ୫-ଟି ଉଲ୍ଲଘଂନ ଆଳରେ ଚାକିରୀରୁ ବହିଷ୍କୃତ କରାଯାଉଥିବାବେଳେ ତଳତଳିଆ ସ୍ତରରେ ସବୁ କଥା ଯଥା ପୂର୍ବଂ-ତଥା ପରଂ ଚାଲିଛି ବୋଲି ସ୍ଥାନୀୟ ଜନସାଧାରଣ ଆଲୋଚନା କରୁଥିବାର ଶୁଣାଯାଉଛି ।

0
0
0
s2sdefault