ହେଡଲାଇନସ୍:

ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ - ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ଜୁନିୟର ରେଡକ୍ରସ କାଉନସେଲର  ଭାବେ  ଶ୍ରୀ ଦ୍ଵାଦଶ କୁମାର ପଧାନ, ଦୋଳଗୋବିନ୍ଦ ସାହୁ  ଏବଂ ଚୂଳସୁନ୍ଦର ମେହେର ଯୋଗ ଦେଇ ଜୁନିୟରମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ୭୫ ଜଣ ଜୁନିୟର ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ  ସରୋଜ କୁମାର  ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ଦ୍ଵାଦଶ କୁମାର ପଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଂଯୋଜନା କରିଥିଲେ ଶ୍ରୀ ଅଭିଳାଷ ସାହୁ ଓ ଧନ୍ୟବାଦ ଦେଇଥିଲେ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର । ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲାସ୍ତରରେ ହେବାକୁଥିବା ଜୁନିୟର ରେଡକ୍ରସ ତାଲିମ ଶିବିର ପାଇଁ ମନୋନୀତ ହୋଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।

 

0
0
0
s2sdefault