ହେଡଲାଇନସ୍:

ସାଇକେଲ ଶୋଭାଯାତ୍ରା ‘ଟୁର ଦି କଳିଙ୍ଗ'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଇକୋ ଟୁରିଜିମ୍, ତମ୍ବାଖୁ ବର୍ଜନ, ପ୍ରଦୂଷଣମୁକ୍ତ ପରିବେଶ ଏବଂ ଦୁର୍ନିତୀ ମୁକ୍ତ ଭାରତ ଗଠନ ଆଦି ବାର୍ତ୍ତା ନେଇ ଡିସେମ୍ବର ମାସର ୮ ତାରିଖରୁ ଭୁବନେଶ୍ବର ଠାରୁ କୋରାପୁଟ ଅଭିମୁଖେ ଆରମ୍ଭ ହୋଇଥିବା ସାଇକେଲ ଶୋଭାଯାତ୍ରା ‘ଟୁର୍ ଦି କଳିଙ୍ଗ ' ବୁଧବାର ଗଜପତି ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ଗୁରୁବାର ଏଠାରୁ ବିଦାୟ ନେଇଛି ।

 ଜାତୀୟ ସାଇକେଲ ଆରୋହୀ ଯୋଗେନ୍ଦ୍ର ସିଂଙ୍କ ନେତୃତ୍ବରେ ଆସିଥିବା ୨୪ ଜଣିଆ ସାଇକେଲ ଆରୋହୀ ବୁଧବାର ଦିନ ଗଜପତି ଜିଲ୍ଲାର ମୋହନାରେ ପ୍ରବେଶ କରିଥିଲେ । ସେମାନେ ରା.ଉଦୟଗିରି, ନୂଆଗଡ, ରାୟଗଡ ଆଦି ବ୍ଲକ ବୁଲି ପାରଳାଖେମୁଣ୍ଡିରେ  ପହଞ୍ଚି ରାତ୍ରୀ ଯାପନ କରିବା ପରେ ଗୁରୁବାର ଦିନ ସକାଳୁ କାଶୀନଗର ବ୍ଲକ ଦେଇ ରାୟଗଡ ଜିଲ୍ଲା ଅଭିମୁଖେ ବାହାରିଛନ୍ତି । ଏଥିରେ ଓଡିଶାର ମଧୁସୂଦନ ମିଶ୍ର, ସୁଧୀର ଦାଶ, ବିଭୂତି ମଲ୍ଲିକ ,   ଦିଲ୍ଲୀର ଅମିତ ଗୋଏଲ , ସୂଚାନ୍ଦ ବ୍ୟାସ , ତ୍ତରାଖଣ୍ଡ ର ମିତ୍ରଭାନୁ ନାୟକ, ସୂର୍ଯ୍ୟପ୍ରତାପ ଅଧିକାରୀ , ହରିୟାଣାର ରାକେଶ ୟାଦବ , ମଧ୍ୟପ୍ରଦେଶର ଘନଶ୍ୟାମ ରଘୁବଂଶୀ , ମହାରାଷ୍ଟ୍ରର ପ୍ରାଚୀ ଶିନ୍ତରେ , ସଚିନ ଘୋଗରେ , ରାଜସ୍ଥାନର ରନବୀର ପୁନିଆଙ୍କ ସମେତ ବହୁ ଲୋକେ ସାମିଲ ହୋଇଥିବା ବେଳେ ଏମାନେ ସାରା ଓଡିଶା ଭ୍ରମଣ କରିଏହି ବାର୍ତ୍ତା ପ୍ରଚାର କରିବେ ବୋଲି କହିଛନ୍ତି ।

   ଏହି ଦଳକୁ ଗଜପତି ଟେନିସ କ୍ଲବ ଏବଂ ସେଞ୍ଚୁରିୟନ  ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

 ଗୁରୁବାର ଦିନ ଏହି ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସବୁଜ ପତାକା ଦେଖାଇ ବିଦାୟ ଦେଇଥିଲେ । କିଛିବାଟ  ଏସପି ସାରା ଶର୍ମା ସେମାନଙ୍କ ସହ ସାଇକେଲ ଚଲାଇ ସାଇକେଲ ଆରୋହୀଙ୍କୁ ଉତ୍ସାହିତ କରିଥିଲେ।

0
0
0
s2sdefault