ହେଡଲାଇନସ୍:

ବବି ଆରମ୍ଭ କଲେ ଖେଳ : ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଙ୍ଗଠନ ହେଲା ଦି ଫାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବିଜେଡ଼ିର ସାଙ୍ଗଠନିକ ସମୀକ୍ଷା ବୈଠକ ଶେଷ

  • ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ

  •  ମୁରବି ବିହୀନ ବାରିପଦା ନିର୍ବାଚନ ମଣ୍ଡଳୀରେ କର୍ମୀମାନେ ଅଣଦେଖା ହେଉଥିବାର ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିବା ପରେ ବିଜେଡ଼ି ହାଇକମାଣ୍ଡ ନବୀନ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ଅଧିକ କ୍ରୟାଶୀଳ ଓ ସଶକ୍ତିକରଣ କରାଇ ତୃଣମୂଳ ସ୍ତରରୁ ଘର ସଜାଡ଼ିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥି ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଦଳୀୟ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ବଦଳାଇ ଏକ ଦକ୍ଷ ସଙ୍ଗଠକ ତଥା ବିଜେଡିର କ୍ରାଇସିସ ମ୍ୟାନେଜର ଦଳର, ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସଙ୍କୁ ଅବସ୍ଥାପିତ କରିଛନ୍ତି ବିଜେଡି  ସଭାପତି ନବୀନ ପଟ୍ଟନାୟକ |  ଆଉ ପୂର୍ବରୁ ବବି ଦାସ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ଦୁଇ ଦୁଇ ଥର ୱାର୍ମ ଅପ ସେସନ ନେଇ ସାରିଥିବା ବେଳେ ଏବେ ସଂଗଠନକୁ ସଜାଡ଼ିବା ସହ ପୂର୍ବ ଭଳି ମଜଭୁତ କରିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କ ଖେଳ | ଆଉ ତାଙ୍କ ଗେମ ପ୍ଲାନ ଅନୁଯାୟୀ ଓ ଜିଲ୍ଲାରେ ସଂଗଠନ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ସଂଗଠନ ହୋଇଛି ଦି ଫାଳ | ଜନ୍ମନେଲା ମୟୁରଭଞ୍ଜ ଓ ମୟୁରଭଞ୍ଜ ସଦର |  ଜିଲ୍ଲାର ବାମନଘାଟିକୁ ଏକ ସୀମାରେଖା ଭାବେ ଧରି ଘାଟିର ପୂର୍ବରେ ଥିବା ବାରିପଦା, ମୋରଡ଼ା, ବଡ଼ସାହି, ଉଦଳା ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀକୁ ନେଇ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଓ ଘାଟିର ପଶ୍ଚିମରେ ଥିବା ରାଇରଙ୍ଗପୁର, କରଞ୍ଜିଆ, ଯଶୀପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀକୁ ନେଇ ମୟୂରଭଞ୍ଜ ସଦର ଏହିପରି ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବାର ନିଷ୍ପତି ନେଇଛନ୍ତି ଏବଂ ଏହାକୁ ମଧ୍ୟ ହାଇକମାଣ୍ଡ ସବୁଜ ସଙ୍କେତ ଦେଇସାରିଛନ୍ତି । ଏହି ଦୁଇ ସାଙ୍ଗଠନିକ ଜିଲ୍ଲାରେ ଦୁଇ ଜଣ ଦଳୀୟ ସଭାପତି ରହିବେ । ଏହାପରେ ଡ଼ିସେମ୍ବର ୧୨ରେ ବାରିପଦାସ୍ଥିତ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ଦାୟିତ୍ୱରେ ଥିବା ବବି ଓରଫ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ଦାୟିତ୍ୱରେ ଥିବା ଅନ୍ୟତମ ନେତା ସଞ୍ଜୟ ଦାସବର୍ମା ରାଜ୍ୟ ସାଙ୍ଗଠନିକ ଦାୟିତ୍ୱରେ ଥିବା ୫ଟି ନିର୍ବାଚନ ମଣ୍ଡଳୀର ନେତା, କର୍ମୀମାନଙ୍କୁ ନେଇ ଏକ ନିର୍ବାଚନ ମଣ୍ଡଳୀ ୱାରୀ ବୈଠକରେ ବସିଥିଲେ । 

           ବୈଠକରେ ତୃଣମୂଳସ୍ତରରୁ ଦଳୀୟ ସଙ୍ଗଠନକୁ ପ୍ରତ୍ୟେକ ଗ୍ରାମରେ ୱାର୍ଡ ସ୍ତରରୁ ଅଧିକ ମଜବୁତ ଓ କ୍ରୟାଶୀଳ କରାଇବା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଦଳୀୟ  ସାଧାରଣ ସମ୍ପାଦକ(ସଂଗଠନ) ବବି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଙ୍ଗଠନକୁ ସଜାଡ଼ିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏଥି ନିମନ୍ତେ ପ୍ରସ୍ତୁତ କରିଥିବା ବ୍ଲୁ-ପ୍ରିଣ୍ଟ ଆଧାରରେ ରଣନୀତି ପ୍ରସ୍ତୁତ ହୋଇସାରିଛି । ଏହାକୁ ଚୁଡ଼ାନ୍ତ ରୂପରେଖ ଦେବା ଓ କ୍ଷେତ୍ର ପ୍ରସ୍ତୁତ କରାଇବା ନିମନ୍ତେ ପ୍ରାଥମିକ ପର୍ଯ୍ୟାୟରେ ବଜାର ଇଣ୍ଡିଆଠାରେ ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ବାଙ୍ଗିରିପୋଷି ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାଲେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନା, ଉତ୍ତର ଭୂବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ମହାନ୍ତି ପ୍ରମୁଖ  ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଅଧୀନରେ ଥିବା ୫ଟି ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀମାନଙ୍କୁ ନେଇ ଦଳୀୟ ସଙ୍ଗଠନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ସମୟରେ ଦଳର ସାଙ୍ଗଠନିକ ନିର୍ବାଚନ ନିମନ୍ତେ ଦୁଇ ଜଣ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଥିବାର ଘୋଷଣା କରାଯିବା ସହ ପ୍ରତ୍ୟେକ ବ୍ଲକରେ ଜଣେ ବ୍ଲକସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାର ନିଷ୍ପତି ନିଆଯାଇଥିଲା । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର ଦୁଇ ସାଙ୍ଗଠନିକ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ଅଧିକ ଶସକ୍ତିକରଣ କରାଇବା ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଦାସ ଓ ଅନ୍ୟତମ ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଦାସବର୍ମା କର୍ମୀମାନଙ୍କ ପାଖରେ ପହଁଞ୍ଚିବେ ବୋଲି ପ୍ରକାଶ କରିଥିଲେ । 

            ବୈଠକରେ ଆଲୋଚନା ପ୍ରସଙ୍ଗରେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ନିର୍ବାଚନରେ ପରାସ୍ତ ହୋଇଥିବାରୁ କର୍ମୀମାନଙ୍କ ଦୁଃଖ ସୁଖରେ ଛିଡ଼ା ହେବା ନିମନ୍ତେ କୌଣସି ନେତା ନଥିବାକୁ ନେଇ ନିର୍ବାଚନ ମଣ୍ଡଳୀର କର୍ମୀମାନେ ଗଭୀର ଉଦବେଗ ପ୍ରକାଶ କରିବାରୁ ଶ୍ରୀଦାସ ସେମାନଙ୍କର ବିଧାୟକ ଓ ନିର୍ବାଚନ ମଣ୍ଡଳୀର କର୍ମୀମାନଙ୍କ ସହିତ ରହିଛନ୍ତି ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । 

             ଶେଷରେ ମୟୂରଭଞ୍ଜ ଜିଲ୍ଲାରେ ପରାଜୟର ଗ୍ଳାନିରୁ ବାହାରକୁ ବାହାରି ଆସି ଦଳୀୟ ସଙ୍ଗଠନକୁ ତୃଣମୂଳସ୍ତରରୁ ଅଧିକ ଶକ୍ତିଶାଳୀ କରି ଗଢ଼ି ତୋଳିବା କ୍ଷେତ୍ରରେ ସମସ୍ତେ ହାତକୁ ହାତ କାନ୍ଧକୁ କାନ୍ଦ ମିଶାଇ କାର୍ଯ୍ୟକରିବା ନିମନ୍ତେ ଆଗେଇ ଆସିବାକୁ   ଶ୍ରୀଦାସ ଓ ଶ୍ରୀଦାସବର୍ମା ଉପସ୍ଥିତ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଡ଼ିସେମ୍ବର ୧୩ ରାଇରଙ୍ଗପୁରଠାରେ ବାମନଘାଟିର ପଶ୍ଚିମରେ ଥିବା ମୟୂରଭଞ୍ଜ ସଦର ସାଙ୍ଗଠନିକ ଜିଲ୍ଲା ରାଇରଙ୍ଗପୁର, କରଞ୍ଜିଆ, ଯଶୀପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀମାନଙ୍କୁ ନେଇ ବୈଠକ ଆୟୋଜିତ ହୋଇଥିବାର ଜଣାପଡ଼ିଛି । 

 

0
0
0
s2sdefault