ହେଡଲାଇନସ୍:

ଏଠି ଅଫିସରଙ୍କ ଗାଲୁଆମୀ ପ୍ରବଳ, ୫-ଟିର ଏଠି  ଶୂନ ଫଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅଫିସରଙ୍କ ଉପରେ ବଣୁ ଫାୟାର, ଦେଲେ କଡା ଚେତାବନୀ 

ଭଦ୍ରକ/Satya Bhusan Swami : ଭଦ୍ରକର ଯୁବ ବିଧାୟକ ସଂଜୀବ ମଲ୍ଲିକ (ବଣୁ) ଜଣେ ସରଳ ଏବଂ ବନ୍ଧୁବତ୍ସଳ । ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଲେ ଲୋକଙ୍କ କାମରେ ଯେପରି କୌଣସି ଅବହେଳା ନହୁଏ ତାରି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି | ବିଧାୟକ ହେବାର ୭ମାସ ମଧ୍ୟରେ ଅନେକ କାର୍ଯ୍ୟ କରିବା ସହିତ ଭଦ୍ରକର ଉନ୍ନତି ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି । ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ବିଭାଗରୁ ଅନୁଦାନ ରାଶି ଆଣି ଭଦ୍ରକରେ କାର୍ଯ୍ୟ କରିବାକୁ ମନ ବଳେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ ମାପଦଣ୍ଡ ୫-ଟି ଆଧାରରେ ଲୋକଙ୍କ କାମ କରିବା ଉପରେ ସେ ଗୁରୁତ୍ୱ ଆରୋପ କରି ଆସିଛନ୍ତି | ଏଠି କିଛି ଗୋଡ଼ ଟଣା ନେତା ଆଉ ଗାଲୁଆମିରେ ସିଦ୍ଧହସ୍ତ କିଛି କିଛି ଅଫିସର ନିଜର ପ୍ରତିଆରା ଜାହିର କରିବା ସହିତ ବିଧାୟକଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଉନାହାନ୍ତି  କରୁଛନ୍ତି । ଦିର୍ଘବର୍ଷ ଧରି ଭଦ୍ରକରେ ନିଜର ଚେର ଜମାଇ ବସିଥିବା ପୂର୍ତ୍ତ ବିଭାଗ,ପରିମଳ ବିଭାଗ , ଜଳସେଚନ ବିଭାଗ ପୈାରପାଳିକା,ଆରଏଣ୍ଡବି,ଶିକ୍ଷା ବିଭାଗର କର୍ମଚାରୀ,ଅଫିସର,ନିର୍ବାହୀ ଅଧିକାରୀ,ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଭାଗରେ ରହି ଭଦ୍ରକର ବିକାଶ କାର୍ଯ୍ୟରେ ବାଧା ସ୍ରୁଷ୍ଟି କରି ଚାଲିଛନ୍ତି । ପ୍ରାୟ ସମୟରେ ଅଫିସର ଗୁପ୍ତ ତଥ୍ୟ ଏବଂ ଯୋଜନା ବିଷୟରେ ବାହାରେ ପ୍ରଘଟ କରି ବିବାଦ ଉପୁଜାଉଥିବା ଘଟଣା ସାମନାକୁ ଆସୁଛି । ଏପରି ଏକ ଅପ୍ରୀତିକର ଘଟଣା ଆଜି ଘଟିଛି । ଗେଲଟିୟା ପଞ୍ଚାୟତ ବାଘମରା ଠାରେ ଦୀର୍ଘ ଦିନ ଧରି ରାସ୍ତା ଶୋଚନୀୟ ଅବସ୍ଥାରେ ଥିବା ବେଳେ ଲୋକମାନେ ଅନେକ ସମସ୍ୟାରେ ପଡୁଛନ୍ତି । ଏପରି ସମସ୍ୟା ବିଷୟରେ ବିଧାୟକ ଜାଣିବା ପରେ ବିଭାଗକୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ  ଦେଇଥିଲେ | କିନ୍ତୁ ଫଳ ଶୂନ। ଏପରି ସମସ୍ୟା ପୁନର୍ବାର ବିଧାୟକଙ୍କ ପାଖରେ ଆସିବା ପରେ ନିଜେ ସେ ରାସ୍ତା ଦେଖିବା ଯାଇଥିଲେ । ଏହାପରେ ବିଭାଗୀୟ ଅଧିକାରିଙ୍କୁ ଡାକି ତୁରନ୍ତ କାଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେବା ସହିତ କଡା ଚେତାବନୀ ଦେଇଥିଲେ । ତୁରନ୍ତ କାର୍ଯ୍ୟ ନକଲେ ଶ୍ରୁଖଂଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ବିଧାୟକଙ୍କ ଉଗ୍ର ରୂପ ଦେଖି ଲୋକ ବି ତାଟକା | ସେ ଯନ୍ତ୍ରୀ ଭାବି ନଥିଲେ ନରମ ସ୍ଵଭାଵ ବଣୁ  ଲୋକଙ୍କ କାମ ପାଇଁ ଏମିତି ରାଗିବେ ବୋଲି |  ସ୍ଥାନୀୟ ଗ୍ରାମବାସୀ ଭଳି ଖୁସି ଯେ କିଛି ଗାଲୁଆ ଅଫିସରଙ୍କୁ ପରି ଡୋଜ ଦରକାର | 

ରାଜ୍ୟରେ 5T ର ଭୟ ସମସ୍ତଙ୍କୁ ଗ୍ରାସିଥିବା ବେଳେ ଭଦ୍ରକରେ ତାହା ପ୍ରଭାବଶୂନ୍ୟ କାହିଁକି ??? ଏମାନଙ୍କ ଗାଲୁଆମୀ ଆଉ ଲୋକବିରୋଧୀ ମାନସିକତାକୁ କିଏ ପ୍ରଶ୍ରୟ ଦେଉଛି !! ତେବେ ଭଦ୍ରକକୁ Model City କରିବାକୁ ସ୍ବପ୍ନ ଦେଖିଥିବା ବିଧାୟକ ପ୍ରଥମେ ପୁରୁଣା ଅଫିସ ଢାଞ୍ଚା ବଦଳାଇବାକୁ ହେବ | ପୁରୁଣା ଆଉ ଧଳା ଭିତରର ମୂଷାଙ୍କୁ ଚିହ୍ନଟ କରି ସେମାନଙ୍କୁ ଲାଇନକୁ ଆଣିବାକୁ ପଡିବ |  କିଛି ଅଫିସର ଏଠାରେ ଚାକିରି କରି ପଟା ପାଉତି କରି ରହିଲା ପରି ରହିଛନ୍ତି | ସହରବିକାଶରେ ବାଧକ ସାଜୁଥିବା ଅଫିସର ବା କର୍ମଚାରୀଙ୍କୁ ତୁରନ୍ତ ହଟା ନଗଲେ ବିଧାୟକଙ୍କ ସ୍ବପ୍ନ ନିଶ୍ଚୟ ସ୍ବପ୍ନରେ ରହିଯିବ ବୋଲି ଆଲୋଚନା ଚାଲିଛି। ଏଥିପ୍ରତି ବିଧାୟକ ନିଶ୍ତୟ ଗୁରୁତ୍ବ ଦେବା ସହିତ ଏପରି ବିଶ୍ରୁଖଂଳାକାରୀଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଛାନ କରିବାକୁ ଦାବି ହେଉଛି ।

 

0
0
0
s2sdefault