ହେଡଲାଇନସ୍:

ସଟର ତାଡି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାଇକମାଲ :- ଗତ ରାତ୍ରି ରେ ପାଇକମାଲ ମୁଖ୍ୟ ଛକରେ ଥିବା ପ୍ରତୀକ ମୋବାଇଲ ରୁ ଚୋର ମାନେ ଦୋକାନର ଶଟର ତାଡି ଦୋକାନରେ କଳା କନା ବୁଲେଇ ଦେଇଛନ୍ତି ।   ପ୍ରାପ୍ତ ସୂଚନା ଅନୁସାରେ ଗତ ଦୁଇ ଦିନି ତଳେ ଦୋକାନ ମାଲିକ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ନୂଆ ମୋବାଇଲ ଆଣିଥିଲେ ।ଚୋର ମାନେ ଦୋକାନରୁ ସବୁ ଦାମିକା ମୋବାଇଲ ଓ ମେମୋରୀ କାର୍ଡ ନେଇ ଯାଇଛନ୍ତି ।ମାଲିକ ଙ୍କର କହିବା ମୁତାବକ ପ୍ରାୟ ଏକ ଲକ୍ଷ ସତୁରି ହଜାର ଟଙ୍କାର ସାମଗ୍ରୀ ଚୋରି ହେଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ଦୋକାନ ମାଲିକର ଦୋକାନରେ ପୂର୍ବରୁ ମଧ୍ୟ ଚୋରି ହେଇଛି । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିସ୍ତୃତ ତଦନ୍ତ ଜାରି ରଖିଛି ।

0
0
0
s2sdefault