ହେଡଲାଇନସ୍:

ଘୁଡୁଘୁଡି ପଟ୍ଟୀ ଉପରେ ଚଢ଼ାଉ: ଦୁଇ ଜୁଆଡି ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ଜଗଡଲପୁର ଥାନା ଅନ୍ତର୍ଗତ ପୁଣ୍ୟ ପୀଠ ଦେବଦରହା ନିକଟସ୍ଥ ପିକନିକ ସ୍ପଟ ନିକଟରେ ଆଜି କିଛି ଅସାମାଜିକ ବ୍ୟକ୍ତି ଘୁଡୁଘୁଡି ପଟ୍ଟୀ ପକାଇ ଜୁଆ ଖେଳ ଚଳାଉଥିବା ଖବର ଜଗଡଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ଙ୍କର ହସ୍ତଗତ ହେବା ପରେ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଘଟଣା ସ୍ଥଳ ରୁ  ପୋଲିସ ବିକ୍ରମ ପ୍ରଧାନ (ବାଦୀକଟା ନିବାସୀ) ଓ ଅନନ୍ତ ପଟେଲ (ସାରଙ୍ଗ ପୁର, ମେଳଛାମୁଣ୍ଡା ନିବାସୀ) ଙ୍କୁ ଧରିବା ସହିତ ସେମାନଂକର ନିକଟରୁ ଜୁଆ ଖେଳ ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଓ ଏକ ମୋଟର ସାଇକେଲ ସହିତ ନଗଦ ଟଙ୍କା ଜବତ କରିଥିଲା । ଚଢ଼ାଉ ସମୟରେ ପୋଲିସ କୁ ଦେଖି କିଛି ଜୁଆ ଖେଳାଳି ଓ ଅନ୍ୟ କିଛି ଲୋକ ଫେରାର ହେଇଯାଇଥିବା ସୂଚନା ମିଳିଛି । 

        ଏଠାରେ ସୂଚନାଯୋଗ୍ୟ ଯେ ଜଗଡଲପୁର ଥାନା ମାଓବାଦୀ ପ୍ରଭାବିତ ଅଞ୍ଚଳ ଓ ଏହା ଛତିଶଗଡ଼ କୁ ଲାଗିରହିଛି । ଏହି ଅଞ୍ଚଳରେ ବହୁ ସମୟରେ ଏହିଭଳି ଘୁଡୁଘୁଡି ପଟ୍ଟୀ ଚାଲିଥାଏ । ପୋଲିସ ପାଖରେ ଖବର ପହଂଛିଲା ବେଳକୁ ଏହି ଖେଳ ଚଳାଉଥିବା ଅସାମାଜିକ ବ୍ୟକ୍ତି ମାନେ ଫେରାର ହେଇ ଯାଆନ୍ତି ଅଥବା ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଛତିଶଗଡ଼ ରେ ଆତ୍ମଗୋପନ କରିବାରେ ସଫଳ ହେଇଥାନ୍ତି । ଆଜିର ଏହି ଚଢ଼ାଉ ରେ ପୋଲିସ କେଶ ନମ୍ବର 145 /19 ଧାରା 420, 34ipc  ଓ 3 opg act ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

0
0
0
s2sdefault