ହେଡଲାଇନସ୍:

ଅଜଣା ଗାଡି ଧକ୍କାରେ ଅବକାରୀ କନଷ୍ଟେବଳ ଙ୍କ ମୃତ୍ୟୁ :ସହାୟତା ପାଇଁ ରାସ୍ତା ଅବରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ଅଜଣା ଗାଡି ଧକ୍କାରେ ଅବକାରୀ ବିଭାଗର ଜଣେ କାର୍ଯ୍ୟରତ  କନେଷ୍ଟବଳ ନନ୍ଦି କର୍ମୀ (୩୪)ଙ୍କ ମୃତ୍ୟୁ ଘଟିଛି ।ସୂଚନା ମତେ - ବୀରମହାରାଜପୁର ବ୍ଲକ ର ଜଟେସିଂହା ଗ୍ରାମ ର ପିତା ନିମାଇଁ କର୍ମୀ ଙ୍କ ବଡ ପୁଅ ନନ୍ଦୀ  କର୍ମୀ ଗତ କାଲି ବିଲମ୍ବିତ ରାତିରେ ବୀରମହାରାଜାପୁର ରୁ ନିଜ କାଯ୍ୟସାରି ସୋନପୁର ନିଜ ଭଡାଘର କୁ ବାଇକଯୋଗେ ଫେରୁଥିବା ସମୟରେ ରାତି ପ୍ରାୟ ସାଢେ ଗୋଟିଏ ରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ସେ ସେଠାରେ ଗୁରୁତର ଅବସ୍ଥାରେ ପଡିରହିଥିଲେ ।ସୋନପୁର ପୋଲିସ ଖବର ପାଇଁ ବାଇକ ଚାଲଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ବେପରୁଆ ଗାଡି ଚାଳନା ଓ ସେତୁର ମରାମତି କାମ ପାଇଁ ସେତୁ ଉପରେ ରଖାଯାଇଥିବା ସାମଗ୍ରୀ ପାଇଁ ରାସ୍ତା ଅବରୋଧ ହୋଇଥିବାରୁ  ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୋନପୁର ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରିବାର ଲୋକେ ସହାୟତା ପାଇଁ ମୃତଦେହ କୁ ସୋନପୁର ମହାନଦୀ ପୋଲ ଉପରେ ରଖି ଏକ ଘଣ୍ଟା ପଯ୍ୟନ୍ତ ମୁଖ୍ୟ ରାସ୍ତାରେ ଅବରୋଧ କରିଥିଲେ । ପ୍ରସାଶନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଫଳରେ ରାସ୍ତା ଅବରୋଧ ହଟିଥିଲା ।

0
0
0
s2sdefault