ହେଡଲାଇନସ୍:

ପିଜି ନାମଲେଖା କ୍ଷେତ୍ରରେ ଅଭିନବ ପଦକ୍ଷେପ ନେବେ ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବ ଗୋଟିଏ ପରୀକ୍ଷା : ଡ଼ ସାହୁ 

 ଆସନ୍ତା ଶିକ୍ଷାବର୍ଷରୁ ହେବ ୟୂନିଫାଏଡ ଏଣ୍ଟ୍ରାନ୍ସ ଏକ୍ଜାମିନେସନ

ଅତ୍ୟାଧୁନିକ ଗବେଷଣା ସହିତ ଅଭିନବ ଯୋଜନା 

Bhubaneswar(shasak Prashasak) ଏଥର ରାଜ୍ୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ(ୟୂନିଫଏଡ ଏଣ୍ଟ୍ରାନ୍ସ ଏକ୍ଜାମିନେସନ) କରାଯିବ | ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ  ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ୨୦୨୦ ଶିକ୍ଷାବର୍ଷ ଠାରୁ ଲାଗୁ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି | ଏଥିପାଇଁ ନିଆଯାଇଥିବା ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଅନୁଯାୟୀ  ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ସୁବିଧା ସହିତ ସମସ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍‍କୁ ଅପଡେଟ୍‍ କରାଯିବ ।  ଆଜି ଅନୁଷ୍ଠିତ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ବୈଠକ ପରେ ମନ୍ତ୍ରୀ ଡ଼ ସାହୁ ଏହି ସୂଚନା ଦେଇଛନ୍ତି | ମନ୍ତ୍ରୀ  ଡ଼ ସାହୁଙ୍କ କହିବା ଅନୁଯାୟୀ ଆଉ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଭିନ୍ନ ଭିନ୍ନ ବିଶ୍ୱ ବିଦ୍ୟାଳୟ ପାଇଁ ଅଲଗା ଅଲଗା ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ ନାହିଁ | ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୋଟେ ୟୂନିଫଏଡ ଏଣ୍ଟ୍ରାନ୍ସ ଏକ୍ଜାମିନେସନ ଦେବାକୁ ପଡିବ | ସେଥିପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର ଅଧିନସ୍ଥ କଲେଜ ବା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ  ଜୁନ ୧୫ ତାରିଖ ପୂର୍ବରୁ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଡ଼ ସାହୁ କହିଛନ୍ତି |

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକରେ ସ୍ନାତକୋତ୍ତର ବିଭାଗରରେ ନାମଲେଖା, ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରତିଷ୍ଠା ଓ ଏହାର ପରିଚାଳନା, ସିଲାବସ୍‍ ପ୍ରସ୍ତୁତି, ବିଶ୍ୱବିଦ୍ୟାଳୟ ଗୁଡିକୁ ଡିଜିଟାଲାଇଜ କରିବା, ମହାବିଦ୍ୟାଳୟ ଗୁଡିକୁ ନାକ୍‍ ମାନ୍ୟତା ପ୍ରଦାନ ପାଇଁ ଓଡିଶା ହାଇୟର ଏଡୁକେଶନ ପ୍ରୋଗ୍ରାମ ଫର ଏକ୍ସିଲେନ୍ସି ଆଣ୍ଡ ଇକ୍ୟୁଟି (ଓଏଚ୍‍ପିଇଇ) ସହିତ ମିଳିତ ତାଲିମ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି ।

ଏଥି ସହିତ ବିଶ୍ୱବିଦ୍ୟାଳୟର ୱେବସାଇଟ୍‍ ଗୁଡିକରେ ନିୟମିତ ଭାବେ ବିଭିନ୍ନ ବିଷୟକୁ ଅପ୍‍ଲୋଡ କରିବା, ବିଭିନ୍ନ ରିସର୍ଚ୍ଚ ପେପର ପ୍ରକାଶନ ପାଇଁ ସହାୟତା, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା, ତ୍ୱରିତ ପାଣ୍ଠି ଲାଗି ମନିଟରିଂ ବ୍ୟବସ୍ଥା, ରିସର୍ଚ୍ଚ ଫେଲୋସିପ୍‍ ଆଦି ସଂକ୍ରାନ୍ତରେ ଉପସ୍ଥିତ କୁଳପତି ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କର ମତ ରଖିଛନ୍ତି ।

ସେହିଭଳି ଓଡିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି) ର ଆଧୁନିକୀକରଣ ସହିତ ଦ୍ୱିତୀୟବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରିବା । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଗବେଷଣା ସହିତ ଅଭିନବ ଯୋଜନା ପ୍ରସ୍ତୁତ ହେବ । ଇଣ୍ଟରନେଟ୍‍ ସଂଯୋଗ ସହିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଥିବା ପାଠାଗାର ଗୁଡିକୁ ଅଧିକ ଉପଯୋଗୀ କରିବା । ଏଥି ସହିତ କାଉନସିଲ୍‍ ଦ୍ୱାରା ୟୁଜି ସିଲାବସ ପ୍ରସ୍ତୁତ ନିମନ୍ତେ ଇ-କାଉଣ୍ଟର ବିକାଶ କରିବା ସହିତ ଓଡିଶା ଟେକ୍ସଟ ବୁକ୍‍ ପ୍ରେସ ବୁକ ସିଲାବସ୍‍ ଓ ପାଠ୍ୟପୁସ୍ତକ ଗୁଡିକୁ ଛପାଇବା ଉପରେ ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପଦ୍ଦେଷ୍ଟା ପ୍ରଫେସର ଅଶୋକ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । 

0
0
0
s2sdefault