ହେଡଲାଇନସ୍:

ବଡ଼ବିଲ ନାଲଦା ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଗ୍ରାମସଭା : କାରାଖେଣ୍ଡରା ଗ୍ରାମବାସୀଙ୍କ ତୀବ୍ର ବିରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଟା ଛକ ଠାରୁ କାରା ଖେଣ୍ଡରା ଦେଇ ନାଲଦା ପର୍ଯ୍ୟନ୍ତ  ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଆଜି କାରାଖେଣ୍ଡରା ଗ୍ରାମଠାରେ ଏକ  ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଗ୍ରାମସଭାରେ ସ୍ଥାନୀୟ ଲୋକ ପ୍ରସ୍ତାବିତ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ କରିଥିବା ଜଣାପଡ଼ିଛି। ଆଜିର ଏହି ଗ୍ରାମସଭାରେ କାରା ଖେଣ୍ଡରା ପଂଚାୟତର ସରପଞ୍ଚ ରେଖା ନାଏକଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ସନ୍ତୋଷ ନାୟକ, ଭୁ ଅର୍ଜନ ଅଧିକାରୀଣୀ ଜୋସ୍ନା ନାଏକ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ ହୃଷୀକେଶ ସାହୁ ଓ ସହକାରୀ ଯନ୍ତ୍ରୀ ବସନ୍ତ ଦାସ ପରିଚାଳନା କରିଥିଲେ। ସଭାରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ଏହି ଭୂମି ଅଧିଗ୍ରହଣକୁ ବିରୋଧ କରିଥିବା ବେଳେ ଆସନ୍ତା ୧୪ ତାରିଖରେ ବଡ଼ବିଲଠାରେ ଅନ୍ୟ ଏକ ଗ୍ରାମସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

 

0
0
0
s2sdefault