ହେଡଲାଇନସ୍:

ବିଦ୍ୟୁତ ସବୁଷ୍ଟେସନରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଓ ଟିମନପୁର ଥରେ ନବ ନିର୍ମିତ ବିଦ୍ୟୁତ ସବୁଷ୍ଟେସନ ରେ ସ୍ଥାନୀୟ ଯୋଗ୍ୟ ପ୍ରାଥୀ ଙ୍କୁ ନିଯୁକ୍ତି ଦାବି କରି ସୋମବାର ଆଶାୟୀ ପ୍ରାଥୀ ମାନେ ସିନାପାଲି ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ଦେଇ ଛନ୍ତି | ସକାଳ ପ୍ରାୟ 8ଟା ରୁ ଧାରଣା ଆରମ୍ଭ ହୋଇଛି ଥିବା ବେଳେ ସମାଧାନ ନ ହେବ ଯାଇ ଏହା ଚାଲୁ ରହିବ ଆନ୍ଦୋଳନ କରି ମାନେ ଚେତାବନୀ ଦେଇଛନ୍ତି | ସୋମବାର ସିନାପାଲି ଠାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି  ଶିବିର ଥିବା ବେଳେ ଆନ୍ଦୋଳନ କରି ମାନେ ଆସି ଜିଲ୍ଲାପାଲ ଙ୍କୁ ମଧ୍ୟ ସାକ୍ଷ୍ୟାତ କରିବା ସହିତ ସମସ୍ୟା ସମ୍ପର୍କ ରେ ଅବଗତ କରାଇ ଥିଲେ !ହେଲେ ସନ୍ଦ୍ୟା ପର୍ଯନ୍ତ କୌଣସି ସମାଧାନ ହୋଇଛି ନ ଥିବା ଜଣା ପଡିଛି | ସୂଚନା ଯୋଗ୍ୟ ଯେ ସିନାପାଲି ବ୍ଲକ ସ୍ଥିତ ଚଲନା ଓ ଟିମନପୁର ଠାରେ ୱସକୋ ପକ୍ଷରୁ ଦୁଇଟି ବିଦ୍ୟୁତ ସବୁ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି | ଏଠାରେ ଅବଶ୍ୟକ ପଡୁଥିବା 4ଜଣ ଜୁନିଅର ଟେକସିଆନ ଓ 3ଜଣ ହେଲ୍ପର ଙ୍କ ସମେତ ମୋଟ ୭ଜଣ  କର୍ମଚାରୀ ନିଯୁକ୍ତି ହେଲେ ଏଗୁଡିକ କାର୍ଯ୍ୟକ୍ଷମ ହୋଇଛି ପାରିବ | କିନ୍ତୁ ପଦବୀ ପୂରଣ ପାଇଁ ଏକ ଘରୋଇ ସସ୍ଥା ଜିଲ୍ଲା ବାହାରୁ ପ୍ରାର୍ଥୀ ଚୟନ କରି ନିଯୁକ୍ତି ଦେବ ପାଇଁ ମାସୁଧା କରୁଥିବା ସ୍ଥାନୀୟ ଆଶାୟୀ ଯୋଗ୍ୟ ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି !ସେମାନଙ୍କ ଅଭିଯୋଗ ଅନୁସାରେ ସିନାପାଲି ଅଂଚଳ ରେ ଅନେକ ତାଲିମ ପ୍ରାପ୍ତ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଇଛି | ପ୍ରିୟ ପ୍ରୀତି ତୋଷନ ନ୍ୟାୟ ରେ ଅନ୍ୟ ଜିଲ୍ଲା ର ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି !ଧାରଣା କରି ମାନଙ୍କ ସହିତ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇ ସେମାନଙ୍କ ସହ ଧାରଣା ରେ ବସିଛନ୍ତି !

0
0
0
s2sdefault