ହେଡଲାଇନସ୍:

ଚୋରା ଲୁହାପଥର ବୋଝେଇ ୬ ଡ଼ମ୍ପର ଜବତ ମାମଲା : ଗାଡି ମାଲିକଙ୍କୁ ଟାଟାରୁ ଧରିଲା ପୋଲିସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଗତ ନଭେମ୍ବର ମାସ ୨୬ ତାରିଖରେ ୬ଟି ଲୁହାପଥର ବୋଝେଇ ଡ଼ମ୍ପର ଜବତ ମାମଲାରେ ଗତକାଲି ଜଣେ ଗାଡି ମାଲିକଙ୍କୁ ଝାଡଖଣ୍ଡ ରାଜ୍ୟର ଟାଟାରୁ ଗିରଫ କରିବାରେ ସଫଳ ହୋଇଛି। ଗତ ୫ ତାରିଖରେ ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା ବେଳେ ଗତକାଲି ଜଣେ ଦଲାଲକୁ ଗିରଫ କରିଥିଲା ପୋଲିସ। ଉକ୍ତ ଘଟଣାରେ ସମସ୍ତ ୬ଟି ଗାଡିର ମାଲିକ ଓ ଡ୍ରାଇଭର ଫେରାର ଥିଲେ। ତେବେ ପୋଲିସ ଅନୁସନ୍ଧାନ ଜାରି ରଖି ଗତକାଲି ରାତିରେ ଜବତ ହୋଇଥିବା ଦୁଇଟି ଡ଼ମ୍ପର ଓଆର୧୪ଏଚ ୧୩୮୯ ଓ ଓଆର୦୪ବି ୯୪୮୩ର ମାଲିକ ବଡ଼ବିଲ ଭଞ୍ଜ କଲୋନୀ ଅଞ୍ଚଳର  ଅମର ରଜକଙ୍କୁ ଟାଟାରୁ ଗିରଫ କରିଛି। ଆଜି ଅମରଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ବେଳେ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସମ୍ପୃକ୍ତ ଅନ୍ୟ ଗାଡି ମାଲିକ ଓ ଡ୍ରାଇଭରଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି।

0
0
0
s2sdefault