ହେଡଲାଇନସ୍:

ପିଆଜ ଦର ବୃଦ୍ଧି ପ୍ରତିବାଦ: ରାଜା ସ୍ୱାଇଁଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ର କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) – ପିଆଜ ଦର ବୃଦ୍ଧି ପ୍ରତିବାଦରେ ଅଖିଳ ଭାରତ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଛାତ୍ର କଂଗ୍ରେସର ଏକ ବିଶାଳ ରାଲି  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଶିଶୁଭବନ ଛକ ନିକଟସ୍ଥ ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପ୍ରତିବାଦ ଜଣାଇ ମନ୍ତ୍ରୀଙ୍କ ବାସଗୃହ ଆଡକୁ ଅଗ୍ରସର ହେବାବେଳେ ପୋଲିସ ଛାତ୍ର କଂଗ୍ରେସ ନେତାମାନଙ୍କୁ ଗିରଫ କରିଥିଲା । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ପିଆଜ ଦର ବୃଦ୍ଧି ହୋଇଛି । ପିଆଜ ଦର କମିବା ପାଇଁ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ରାଜ୍ୟ ସରକାର ଏହାକୁ ଜାତୀୟ ବିପତି କହିବା ଦୁର୍ଭାଗ୍ୟଜନକ । ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ରିହାତି ଦେଇ ଗରିବ ଲୋକ କିପରି ସୁଲଭ ମୂଲ୍ୟରେ ପିଆଜ ପାଇବ ତା’ର ତୁରନ୍ତ ବ୍ୟବସ୍ଥା କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି । ନବୀନ ଶାସନରେ ପିଆଜ ଦର ବୃଦ୍ଧି ଆଜି ନୂଆ ନୁହେଁ । ଗତ ୨୦ ବର୍ଷର ନବୀନ ଶାସନରେ ପିଆଜ ଦର ଅନେକ ଥର ଆକାଶ ଛୁଅାଁ ହେବା ପରେବି ଉପଯୁକ୍ତ ବ୍ୟବସ୍ଥା ବା ନୀତି ରାଜ୍ୟ ସରକାର କରି ପାରିନାହାନ୍ତି । ପିଆଜ ଚାଷୀଙ୍କୁ ଓଡିଶାରେ ପ୍ରୋତ୍ସାହନ ନାହିଁ, ଶୀତଳଭଣ୍ଡାର ନାହିଁ, ପିଆଜ ପାଇଁ ଓଡିଶା ସବୁବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ୨୦ ବର୍ଷ ଭିତରେ ଅଧିକ ପିଆଜ ଅମଳ ହେବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ସାଧାରଣ ଜନତାଙ୍କୁ ଜଣାନ୍ତୁ । ସେପଟେ ମୋଦି ସରକାର ମଧ୍ୟ ପିଆଜ ଦର ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ହାତ ଟେକି ଦେଇଛନ୍ତି । ମୋଦି-ନବୀନ ଶାସନରେ ହାଣ୍ଡିଶାଳରେ ପିଆଜର ମହଙ୍ଗା ମାଡ ହେଉଥିବା ସ୍ଥଳେ ଉଭୟ ସରକାର ନିଦକ ହୋଇ ବସିଛନ୍ତି । ଏମାନଙ୍କୁ ସାଧାରଣ ଜନତା କେବେ କ୍ଷମା ଦେବେନାହିଁ । ଯଦି ପିଆଜ ଦର ନିୟନ୍ତ୍ରଣ ନକରିପାରୁଛ ତେବେ ଯୋଗାଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ପ୍ରକାଶ ମିଶ୍ର, ରଂଜିତ୍ ପାତ୍ର, ଆଲୋକ ଦାସ, ପ୍ରତିକ୍ଷା ରଥ,ବାବୁ ଜେନା, ନିଖିଲ ପଟ୍ଟନାୟକ, ହେମନ୍ତ ମହାପାତ୍ର, ଉମେଶ ପାଢ଼ୀ, ବିରଂଚି ବାରିକ, ଅମିତ୍ କୁମାର, ଅରବିନ୍ଦ ପାଞ୍ଜିଆ, ଆଶୁତୋଷ ସାହୁ, ନିଶି ବର୍ଷା ପ୍ରମୁଖ ବହୁ ଛାତ୍ର କଂଗ୍ରେସ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

 

0
0
0
s2sdefault