ହେଡଲାଇନସ୍:

 ଲବ୍ଧପ୍ରତିଷ୍ଠ ନାଟ୍ୟକାର ତଥା ସଂଳାପକାର ଡ଼ ବିଜୟ ମିଶ୍ରଙ୍କୁ ଜୟଦେବ ପୁରସ୍କାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମିହିର ଶ୍ରେଷ୍ଠ ଅଭିନେତା, ଅର୍ଚିତା ଶ୍ରେଷ୍ଠ ଅଭିନେତ୍ରୀ 

ସବୁ ପୋଛିନେଲା ଅକ୍ଷୟ ପରିଜା ପ୍ରଡକ୍ସନ 'ଭିଜା ମାଟିର ସ୍ୱର୍ଗ'

ଭୁବନେଶ୍ୱର(Girija shankar Dash) : ଘୋଷିତ ହୋଇଛି ବର୍ଷ ୨୦୧୮ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର |  ଲବ୍ଧପ୍ରତିଷ୍ଠ ନାଟ୍ୟକାର ତଥା ବିଶିଷ୍ଟ  ସଂଳାପକାର ଡ଼ ବିଜୟ ମିଶ୍ରଙ୍କୁ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଅଭିନେତା ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜୁରୀ ଦ୍ୱାରା ଚୟନ ହୋଇଛନ୍ତି | ଶ୍ରେଷ୍ଠ ସିନେମା ଭାବେ ଅକ୍ଷୟ ପରିଜାଙ୍କ "ଭିଜା ମାଟିର ସ୍ୱର୍ଗ" ମନୋନୀତ ହୋଇ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ପ୍ରଥିତଯଶା ନିର୍ଦ୍ଦେଶକ ଡ଼ ମନମୋହନ ମହାପାତ୍ର ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ଚଳଚିତ୍ର "ଭିଜା ମାଟିର ସ୍ୱର୍ଗ" ପାଇଁ ପାଇବେ | ସେହିପରି ସିନେମା ଓଲେ ଓଲେ ଦିଲ ବୋଲେ ପାଇଁ ଶ୍ରେଷ୍ଠ କାହାଣୀ ପୁରସ୍କାର ପାଇବେ ଜଣାଶୁଣା ଯୁବ ସାମ୍ବାଦିକ ନିରଞ୍ଜନ ରେଡ୍ଡୀ | ସେହିପରି ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଶାନ୍ତିରାଜ ଖୋସଲା ମନୋନୀତ ହୋଇଥିବା ବେଳେ କରୁଣାକର ଓ ଅନ୍ତରା ଚକ୍ରବର୍ତ୍ତୀ ଯଥାକ୍ରମେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଓ ଗାୟିକା ଭାବେ ସମ୍ମାନିତ ହେବେ | ଏଥର ଶ୍ରେଷ୍ଠ ଗୀତିକାର ପୁରସ୍କାର ବସନ୍ତ ରାଜ ସାମଲଙ୍କୁ ଯାଇଥିବା ବେଳେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ମନୋଜ ମିଶ୍ର ମନୋନୀତ ହୋଇଛନ୍ତି |

ସେହିପରି ଶ୍ରେଷ୍ଠ ଚିତ୍ର ଉତ୍ତୋଳନ ପାଇଁ ଦିଲ୍ଲୀପ ରାୟ, ସମ୍ପାଦନା(ଏଡିଟିଂ) ପାଇଁ ଅମରେନ୍ଦ୍ର ମହାପାତ୍ର, ଚିତ୍ରନାଟ୍ୟ ପାଇଁ ଆଶୁତୋଷ ମହାପାତ୍ର, ପାର୍ଶ୍ୱ ଅଭିନେତ୍ରୀ ଶିବାନୀ ଖରା, ହାସ୍ୟଭିନୟ ରାକ୍ଷୀ,ଶିଶୁ ଅଭିନେତା ସାଠକ ହୋତା, କଲା ନିର୍ଦ୍ଦେଶନା ସଂଗ୍ରାମ ମହାରଣା, ସାଉଣ୍ଡ ରେକର୍ଡିଙ୍ଗ ନିଵାସଃରୀ ରଂଜନ ଶ୍ରେଷ୍ଠ ଭାବେ ମନୋନୀତ ହୋଇଥିବା ବେଳେ ସ୍ୱତନ୍ତ୍ର ଜୁରୀ ସମ୍ମାନ ମିଳିଛି କାଦମ୍ବିନୀ ମିଡ଼ିଆକୁ ଓ ଅଜିନେତା ସୌମ୍ୟକାନ୍ତ ଖଣ୍ଡାୟୀ, ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର ଭାବେ ଭିନ୍ନ ଭିଟାମାଟି ଓ ସନ୍ନି: ଦି ସନ ଅଫ ଦି ରିଭର, ଶ୍ରେଷ୍ଠ ଆଦିବାସୀ ଚଳଚିତ୍ର ହୋ ସମାଜ ଫିଲ୍ମ ଅକାଦେମୀ, ସଂଳାପ ପାଇଁ ନନ୍ଦଲାଲ ମହାପାତ୍ର, ପୋଷାକସଜ୍ଜା ପାଇଁ ପ୍ରସନ୍ନ ଶତପଥୀ, ମେକାପ ପାଇଁ ସମରେଶ ପାଲ ଓ କୋରିଓଗ୍ରାଫି ପାଇଁ ମୁନା ବାବୁ ମନୋନୀତ ହୋଇଛନ୍ତି | 

 ଅକ୍ଷୟ ପରିଜା ପ୍ରଡକ୍ସନର ଫିଲ୍ମ 'ଭିଜା ମାଟିର ସ୍ୱର୍ଗ' ସବୁତକ ପୁରସ୍କାର ପୋଛିନେଇଛି | ସମୁଦାୟ 27 ଟି ବିଭାଗରୁ ଏହି  ଚଳଚ୍ଚିତ୍ର 6 ଟି ପ୍ରମୁଖ ପୁରସ୍କାର ହାସଲ କରିଛି | ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଁ ପ୍ରଯୋଜକ ଅକ୍ଷୟ କୁମାର ପରିଜା,  ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା ଭାବେ ମିହିର ଦାସ,  ଶ୍ରେଷ୍ଠ ଚିତ୍ରୋତଳନକାରୀ  ଦିଲ୍ଲୀପ ରାୟ, ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଆଶୁତୋଷ ମହାପାତ୍ର,  ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି | 

0
0
0
s2sdefault