ହେଡଲାଇନସ୍:

ଦୁଃଖଦ ଘଟଣା : ବିଦ୍ୟୁତ ଆଘାତରେ ଦୁଇ ବୋହୂ ଜଳିଗଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା –ମୟୁରଭଞ ଜିଲା ରାସଗୋବିନ୍ଦ ଥାନା ଅନ୍ତର୍ଗତ ଗାଁ ଅମର୍ଦ୍ଧା ରେ ଷୋମବାର  ଅପରାହ୍ନ ୧.୩୦ ମିନିଟ ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଅଛି ।  ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଅଛି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଘରର ବଡ ପୁଅ ସାଗର ଜେନାଙ୍କ ସ୍ତ୍ରୀ ବେବି ମଣି ଜେନା ଓ ସାନ ପୁଅ ଶିଶିର ଜେନାଙ୍କ ସ୍ତ୍ରୀ କବିତା ଜେନା ଦୁଇ ବୋହୂ ନିଜ ଘରର ଟିଣ ଛପରକୁ ଶ୍ୱଶୁର ହରିଶ୍ଚନ୍ଦ୍ର ଜେନା ସଜାଡୁ ଥିବା ବେଳେ ତାଙ୍କୁ ସାହାଯ୍ୟ କରୁଥିଲେ । ଏହି ସମୟରେ ନିଜ ଦୋକାନ ଘରୁ ଘରକୁ ଯାଇଥିବା ସର୍ଭିସ ତାରରେ ଲିକେଜ ଥିବାରୁ ପ୍ରଥମେ ସାନ ବୋହୂଙ୍କୁ କରେଣ୍ଟ ଲାଗିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ବଡ ବୋହୂ ମଧ୍ୟ ଗୁରୁତ୍ୱର ହୋଇପଡିଥିଲେ । ଉଭୟ ଗାଦୁଅରେ କାମ କରୁଥିବାରୁ ବିଦୁ୍ୟତ କରେଣ୍ଟରେ ଗୁରୁତ୍ୱର ହୋଇପଡିଥିଲେ । ଦୁହିଁଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ବୋହୂଙ୍କର ଏକ ସଙ୍ଗରେ ବର୍ଷକ ତଳେ ବାହାଘର ହୋଇଥିବା ବେଳେ ଦୁହିଁଙ୍କର ଦୁଇଟି ଛୋଟ ପିଲା ମଧ୍ୟ ଅଛନ୍ତି ।ଡାକ୍ତରଖାନାରେ ବାପଘର ଲୋକ ଏବଂ ଶ୍ୱଶୁର ଘର ଲୋକ ଙ୍କ ସମେତ ଗ୍ରାମ ବାସୀ ଙ୍କର ଭିଡ ଲାଗିରହିଅଛି ।

 

 

0
0
0
s2sdefault