ହେଡଲାଇନସ୍:

ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ପାତ୍ରପଡା ଗ୍ରାମର ପଞ୍ଚାନନ ନାଏକ(28)ଙ୍କର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି I ସୂଚନା ମୁତାବକ ପଞ୍ଚାନନ ବାଇକ ଯୋଗେ ବାମୁର ଅଭିମୁଖେ ଯାଉଥିବା ସମୟରେ ମାନଜର ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା,ଫଳରେ ସେହିଠାରେ ଗୁରୁତର ଅବସ୍ଥାରେ ପଞ୍ଚାନନ ପଡିରହିଥିଲେ I ଏନେଇ ପରିବାର ଲୋକେ ଖବର ପାଇବା ପରେ ପଞ୍ଚାନନଙ୍କୁ  ଗୁରୁତର ଅବସ୍ଥାରେ ମାଧପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ସେହିଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି I

 

0
0
0
s2sdefault