ହେଡଲାଇନସ୍:

ଟୁଲୁ ପମ୍ପ କାଢୁ କାଢୁ କୂଅରେ ପଡିଗଲେ , ଚାଲିଗଲା ପ୍ରାଣ  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାନ୍ ନୂଆଁପଡା ଗ୍ରାମରେ ଜଣେ ବୁଦ୍ଧା ଙ୍କ କୂଅରେ ପଡି ମୃତ୍ୟୁ ଘଟିଛି I 

ସୂଚନା ଯୋଗ୍ୟ ଯେ , ସାନ୍ ନୂଆଁପଡା ଗ୍ରାମର ବିଦେଶୀ ଦେହୁରୀ (୬୫) I ଆଜି ଅପରାହ୍ନ ୪.୩୦ ସମୟ ରେ ତାଙ୍କ ନିଜ ବାଡି ବଗିଚାରେ ଟୁଲୁ ପମ୍ପ ମାଧ୍ୟମରେ ପାଣି ଦେଉଥିଲେ I ପାଣି ଦେଇ ସାରିବା ପରେ ସେ ଟୁଲୁ ପମ୍ପକୁ କୂଅରୁ କାଢିବା ପାଇଁ ଯାଉଥିବା ବେଳେ ଭାର ସାମ୍ୟ ହରାଇ କୂଅରେ ପଡି ଯାଇଥିଲେ I କୂଅରେ ଦିର୍ଘ ସମୟ ଧରି ପଡି ରହିଥିବାରୁ ତାଙ୍କ ମୁତ୍ୟୁ ଘଟିଥିଲା I ଶେଷ ରେ ରେଢାଖୋଲ ଦମକଳ ବାହିନୀ ଆସି କୂଅରୁ ଶବ କୁ ଉଦ୍ଧାର କରିଛି I

 

0
0
0
s2sdefault