ବୀରମହାରାଜପୁର - (ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାରସ୍ଥିତ କପାମଣ୍ଡି କାଯ୍ୟକ୍ଷମ ହେଉନି । ଫଳରେ ଦୁଇ କୋଟି ଟଙ୍କା ପାଣିରେ ପଡିଲା ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । ଚଳିତ ବର୍ଷ ବୀରମହାରାଜପୁର କୃଷି ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୩ ହଜାର ୬ ଶହ ହେକ୍ଟର ଜମିରେ କପା ଚାଷ ହୋଇଥିବା ସରକାରୀ ଆକଳନ କରାଯାଇଛି । ବିଶେଷକରି ଜଟେସିଂହା, ବାଗବର, ସୁବଳୟା, ପିତାମହୁଲ, ମୃୁଷୁଣ୍ଢୀ, କେନଝିରିଆପାଲି, ଖଣ୍ଡହତା, ଲତୁରପଙ୍କ, ବହଲପଦର ଓ ଦୁର୍ଯ୍ୟନତୈଲା ସମତେ ଉଲୁଣ୍ଡା ବ୍ଲକର କଳାପଥର, ଜାଲୋଏ, ମହଦା, ଉଲୁଣ୍ଡା ଓ ଖେମାଲୋଏ ପ୍ରମୁଖ ପଞ୍ଚାୟତ ମାନଙ୍କର ଜମିରେ କପା ଚାଷ କରାଯାଇଛି । ଅଞ୍ଚଳରେ କପାଚାଷୀ ସଂଖ୍ୟା ବୃଦ୍ଧି ପାଇବା ସହ ଉପ୍ତାଦନ ମଧ୍ଯ ବଢ଼ିଥିବାରୁ ବିକ୍ରି ପାଇଁ କପାମଣ୍ଡି ନିହାତି ଜରୁରୀ ହୋଇପଡ଼ିଛି । ଏଭଳି ସ୍ଥିତିରେ ଚାଷୀ ପାଇଁ ଦୀର୍ଘ ବର୍ଷ ହେବ ବୀରମହାରାଜପୁର ନିଯନ୍ତ୍ରଣ ବଜାର କମିଟି( ଆର୍ ଏମ୍ ସି ) ପକ୍ଷରୁ ବଡଖମାର ଠାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଏକ କୋଠା ନିର୍ମାଣ ହୋଇଥିଲେ ମଧ୍ଯ ତାହା କାଯ୍ୟକ୍ଷମ ହେଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।ଏନେଇ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଙ୍କୁ ଯୋଗ ଯୋଗ କରିବାରୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ସିସିଆଇ ଏଠାରେ ଚାଷୀଙ୍କ ଠାରୁ କପା ସଂଗ୍ରହ କରିବାକୁ ଆଗ୍ରହ କରୁନାହିଁ । ତୁରନ୍ତ ଏହି ମଣ୍ଡି ରୁ ଚାଷୀଙ୍କ ଠାରୁ କପା ସଂଗ୍ରହ ନକଲେ ଆଗାମୀ ଦିନରେ ରାଜ ରାସ୍ତା ରୋକ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
ରାଜ୍ୟ
କାର୍ଯ୍ୟକ୍ଷମ ହେଉନି କପାମଣ୍ଡି, ଦୁଇ କୋଟି ଟଙ୍କା ବର୍ବାଦ ।
- Hits: 334