ହେଡଲାଇନସ୍:

ବାବ୍ରି ମସଜିଦ ଭାଙ୍ଗିଥିବା ଲୋକଙ୍କୁ ଗିରଫ ଦାବିରେ ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର ରୁ ମାଧବ ବିଡିକା : ସାମ୍ପ୍ରଦାୟିକ , ଦୋଷକାରି  ବିଜେପି ଓ ଆର ଏସ୍ ଏସ୍ ର ସମସ୍ତ ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବା ନିମନ୍ତେ ଆଜି ସି ପି ଆଇ ଏମ୍ ଏଲ ଲିବରେସନ୍ ପକ୍ଷରୁ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ୬ ଡ଼ିସେମ୍ବର ୧୯୯୨ ମସିହା ରେ ବିଜେପି ଓ ଆର ଏସ୍ ଏସ୍ ଦ୍ୱାରା ବାବ୍ରି ମସଜିଦ ଭଙ୍ଗା ଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରି ସି ପି ଆଇ ଏମ୍ ଏଲ ଲିବରେସନ୍  ।  ବିଜେପି ର ଏମ୍ ପି ସାକ୍ଷୀ ମହାରାଜ ଏବଂ ନାଥୁରାମ ଗଡ଼ସେ ଙ୍କୁ ପୁଜା କରୁଥିବା ଏମ୍ ପି ପ୍ରଜ୍ଞା ଠାକୁର ଙ୍କୁ ତୁରନ୍ତ ଦଣ୍ଡ ଦେବା ସହ ନ୍ୟାୟ ଦୃଷ୍ଟି ରୁ ଏହି ଦୁଇ ଏମ୍ ପି ଙ୍କୁ ପାର୍ଲାମେଣ୍ଟ ରୁ ବହିଷ୍କାର ପାଇଁ ଦାବୀ କରିଛନ୍ତି ସଙ୍ଗଠନ ର କେନ୍ଦ୍ର କମିଟି ସଦସ୍ୟ ଶ୍ରୀ ତ୍ରିପତି ଗମାଙ୍ଗ । ଏହି ସଭାଯାତ୍ରା ଟି ଗୁଣୁପୁର ନୁଆ ବସ୍ ଷ୍ଟାଣ୍ଡ ରୁ ବାହାରି ପୁରୁଣା ବସ୍ ଷ୍ଟାଣ୍ଡ ଅଭିମୁଖେ ଯାଇଥିଲା ଏବଂ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault