ହେଡଲାଇନସ୍:

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ଷଷ୍ଠ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ : ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ଷଷ୍ଠ ଦିବସ ଗୁରୁବାର ସନ୍ଧ୍ୟାରେ ପଦ୍ମପୁର ଆର କେ ଇଂଗ୍ଳିଶ ମେଡିୟମ ସ୍କୁଲ ତରଫରୁ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାକୁ ସଂଯୋଜନା କରିଥିଲେ ଦ୍ବାଦଶ କୁମାର ପ୍ରଧାନ ଓ ପ୍ରୀତି ରଞ୍ଜନ ପ୍ରଧାନ । ପରେ ସରୋଜ କୁମାର ଭୁଏଙ୍କ ସଞ୍ଚାଳନାରେ ଅନୁଷ୍ଠିତ ପରିବେଶ ସୁରକ୍ଷା ଜୀବନ ରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ଚକ୍ରରେ  ପ୍ରକୃତି ବନ୍ଧୁ ମୀନ କେତନ ସାହୁ ସଭାପତିତ୍ବ କରିଥିବା ବେଳେ ଭୁବନେଶ୍ଵର ଭୁଏ ଓ ଅଧ୍ୟାପିକା ମୋନାଲିସା ସ୍ବାଇଁ ଆଲୋଚକ ଭାବେ  ଯୋଗ ଦାନ କରି ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। କ୍ଷୀରୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ପର୍ଯ୍ୟାୟରେ ଲାଲ ବାହାଦୁର ଶାସ୍ତ୍ରୀ ଉପ୍ରା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥି ସହିତ କୃଷ୍ଣ ଚନ୍ଦ୍ର ଭୋଇଙ୍କ ସଂଯୋଜନା ରେ ସରୋଜ ଆଚାର୍ଯ୍ୟ, ଯୋଗେଶ୍ବର ବିଶ୍ବାଳ, ରସିକ ସାହୁ, ରୋହିତ ଭୋଇ, ଧର୍ମ ଦେବ ଭୋଇ, ରବି ଚନ୍ଦ୍ର ସାହୁଙ୍କୁ ନେଇ ବ୍ୟଙ୍ଗ  କବିତା ଆସର ର  ଆୟୋଜନ କରାଯାଇଥିଲା । ନାଟ୍ୟକାର ଅଶୋକ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଡଃ ଜୟ କେତନ ତ୍ରିପାଠୀ, ରୀତାଞ୍ଜଳୀ ଗୁରୁ, ବିଶ୍ରାମ ମେହେର,  ସୁବ୍ରତ ପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ।

0
0
0
s2sdefault