ହେଡଲାଇନସ୍:

 ରାଜବୋଡାସମ୍ବର ବ୍କକ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିୟ ବୟୋଜ୍ୟେଷ୍ଠ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୟୋଜ୍ୟେଷ୍ଠଙ୍କ ସଭାକୁ କମ ବୟସ୍କ ଵିଧବାଙ୍କୁ ଡାକିଥିଲା କିଏ !!

 ହେଲେ  ଏହି କାର୍ଯ୍ୟକ୍ରମରେ ଏକ ବ୍ୟତିକ୍ରମ ଦେଖିବାକୁ ମିଲିଥିଲା । ଏଠାକୁ ୬୦ ବର୍ଷରୁ କମ ବିଧବା ମହିଳାମାନେ ଆସିଥିଲେ । ଆମେ ତାଙ୍କୁ ପଚାରିବାରୁ ଆମକୁ "ଯେତେ ଝନ ଭତ୍ତା ପାଏସ ସବ ଯିବ କାଏଲ ମିଟିଂ ଅଛେ ତମର ଭତ୍ତା ବାବଦ ଥି ମିଟିଂ ଆଏ,ଯେନତା କଲେ ଭି ଯିବ" ବୋଲି  କହିଲେ ତେଣୁ ଆମେ କାମଧନ୍ଦା ଛାଡି ଆସିଥିଲୁ ବୋଲି କହିଥିଲେ । ଏଠି ପ୍ରଶ୍ନ ଉଠୁଛି ସେ କାମ କରି ପେଟ ପୋଷୁଥିବା ଅଭାବୀ ବିଧବା ମନକୁ ଡାକିବାର ମାନେ କଣ | ହଁ , ସେମାନେ ସରକାରଙ୍କଠୁଁ ଭତ୍ତା ପାଇଛନ୍ତି ନିଶ୍ଚୟ, ହେଲେ ତାହା ବିଧବା ଭତ୍ତା | ସେମାନଙ୍କୁ ବରିଷ୍ଠ ନାଗରିକ ଦିବସ ପାଳନ କୁ ଡାକିବାର ଆବଶ୍ୟକତା କଣ ? ପୁଣି ଭୁଲ ସୂଚନା ଦେଇ ! କାର୍ଯ୍ୟକ୍ରମ ପାଇଁ ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଲୋକଙ୍କୁ ଏପରି ଭୂଲ ତଥ୍ୟ ଦେଉଛନ୍ତି କାହିଁକି ! ଉପ ଜିଲ୍ଲାପାଲା ଆଉ ତହସିଲଦାରଙ୍କ ଆଗରେ ନିଜ ପାରିଲା ପଣିଆ ଦେଖାଇବାକୁ ନୁହେଁ ତ ! କାମ ବୟସ୍କ  ବିଧବା ଭଉଣୀମାନଙ୍କୁ ଡାକି କାହିଁକି ଦିବସ ପାଳନର ମର୍ଯ୍ୟାଦା ଆଉ ସେ ଅସହାୟ ମାନଙ୍କ ପ୍ରତି ଉପହାସ କରାଗଲା, ତାହା ଉପରେ ଉପଜିଲ୍ଲାପାଳ ମହୋଦୟ ତଦନ୍ତ କରି  ବିଭାଗୀୟ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି | ଏହା ହେଲେ ଆଗକୁ ସେ ଭଳି ଉପହାସର ପୁନରାବୃତ୍ତି ହେବନାହିଁ |

0
0
0
s2sdefault