ହେଡଲାଇନସ୍:

କି ପ୍ରକାର ମାନସିକତା : ବିଧବା ମହିଳାଙ୍କୁ ଅସଦାଚରଣ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥମିବାର ନାମ ନେଉନାହିଁ। ରାଇରଙ୍ଗପୁର ଅଧ୍ୟାପିକାଙ୍କୁ ଦୁଷ୍କର୍ମ ଘଟଣା ଓଡ଼ିଶାରେ ଝଡ ସୃଷ୍ଟି କରିଥିବା ବେଳେ ଶରତ ଅଂଚଳରେ ନାବାଳିକାଙ୍କୁ ପିଉସା ଦୁଷ୍କର୍ମ ଅଭିଯୋଗ ମନରୁ ଲିଭି ନ ଥିବା ବେଳେ ବାରିପଦା ସଦର ଥାନା ଅଧୀନରେ ଜଣେ ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ବାରିପଦା ସଦର ଥାନା ଅନ୍ତର୍ଗତ ମୋହିନୀଗଞ୍ଜ ଅଞ୍ଚଳର ପୀଡ଼ିତା ବିଧବା ମହିଳା ଜଣଙ୍କ ଗତକାଲି ରାତିରେ ତାଙ୍କ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୮ଟା ସମୟରେ ଅଭିଯୁକ୍ତ ଶ୍ରୀକାନ୍ତ ମୁଖୀ(୩୫) କବାଟ ବାଡ଼େଇ ତାଙ୍କୁ ଡାକିଥିଲେ। ପୀଡ଼ିତା କବାଟ ଖୋଲିବା ପରେ ଅଭିଯୁକ୍ତ ଜୋରଜବରଦସ୍ତ ଅତର୍କିତ ଭାବେ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିବା ବିଷୟକୁ ନେଇ ଆଜି ସଦର ଥାନାରେ ପିଡ଼ିତା ମହିଳା ଅଭିଯୋଗ କରିଛନ୍ତି । ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଗିରଫ କରାଯାଇଥିବା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ୍ ସୂଚନା ଦେଇଛନ୍ତି। ଏନେଇ ସଦର ଥାନାରେ କେସ୍ ନଂ-୧୬୯ ଆଧାରରେ ଦଫା ୩୭୬/୫୧୧/୫୦୬/୪୨୭/୩୨୩ ନେଇ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯିବା ନେଇ ଥାନା ଆଇଆଇସି ସୂଚନା ଦେଇଛନ୍ତି।

 

 

 

 

0
0
0
s2sdefault