ହେଡଲାଇନସ୍:

ସ୍ଥାନୀୟ କୃଷକଙ୍କ ବିକାଶର ଉତ୍ସ ପାଲଟିଛି କୃଷି ବିଜ୍ଞାନ କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ :  କନ୍ଧମାଳ ଜ଼ିଲ୍ଲାର କୃଷକଙ୍କ ବିକାଶର ଉତ୍ସ ପାଲଟିଛି ଘୁ.ଉଦୟଗିରିର ଶ୍ରୀରାମପଦା ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର I ଜ଼ିଲ୍ଲାର କୃଷକଙ୍କୁ ନୂତନ କୃଷିଜ୍ଞାନ କୌଶଳ ପ୍ରଦାନ ପାଇଁ କୃଷିବିଜ୍ଞାନ କେନ୍ଦ୍ରର କୃଷିବିଜ୍ଞାନୀ  ସଦାବେଳେ ନୂତନ ନୂତନ ଜ୍ଞାନକୌଶଳ କୃଷକମାନଙ୍କୁ ପ୍ରଦାନ କରୁଥିବା ଦେଖାଦେଇଛି I ଯାହାକୁ ନେଇ କୃଷକମାନଙ୍କ ମଧ୍ୟରେ ଚାଷ କରିବା ପାଇଁ ନୂତନ ଜାଗରଣ ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି I କୃଷିବିଜ୍ଞାନ କେନ୍ଦ୍ର କନ୍ଧମାଳ ଜ଼ିଲ୍ଲାରେ ଜୈବିକି କୃଷି, ମୃତିକା ସ୍ୱାସ୍ଥ୍ୟବର୍ଦ୍ଧକ, ବିଭିନ୍ନ ଫସଲର ଉନ୍ନତ କିସମ ଚୟନ, କୃଷିଜାତ ଦ୍ରବ୍ୟ ଗୁଡିକର ଉନ୍ନତି ବଜାରିକରଣ, ଜିଆଖତ ପ୍ରସ୍ତୁତ, ଏବଂ ଅନୁସଂଘିକ କୃଷି, ମହୁମାଛି ପାଳନ, ଲାଖଚାଷ, ଛତୁଚାଷ, ଗୋପାଳନ, ଛେଳି ପାଳନ, ଉନ୍ନତି ପ୍ରଜାତିର କୁକୁଡ଼ାପାଳନ ତଥା କୃଷିଜାତ ଦ୍ରବ୍ୟଗୁଡିକରୁ ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରସ୍ତୁତି ଆଦି ବିଭିନ୍ନ ଉନ୍ନତି ଦିଗ ଗୁଡିକ ଉପରେ ସମ୍ପ୍ରସାରଣ ଶିକ୍ଷା ଏବଂ ଧନ୍ଦା ମୂଳକ ତାଲିମ ପ୍ରଦାନ କ୍ଷେତ୍ରରେ ମୁଖ୍ୟ ଭୂମିକା ନେଇ ଥିବାଦେଖା ଦେଇଛି I ଏହି କେନ୍ଦ୍ର ନିଜ ପରିସର ମଧ୍ୟରେ ହଳଦୀ, ଅଳସି, ମଟର,ଧାନ, ସୋରିଷ, ଚୀନା, ବାଦାମ, ବନ୍ଧାକୋବି, ବ୍ରୋକୋଲି, ଆଦିର ଉନ୍ନତି କିସମ ବିହନ ଉତ୍ପାଦନ ପ୍ରଦର୍ଶନ କେନ୍ଦ୍ର, କୁକୁଡ଼ା ପାଳନ, ଆଜୋଲା ଚାଷ, ଜିଆଖତ, ପାକଶାଳା ବଗିଚା, ଉନ୍ନତ କିସମର ଲଗାଯାଇ ଥିବା ଆମ୍ବ, ଲିଚୁ, କଦଳୀ ବଗିଚା, ଔଷଧୀୟ ବୃକ୍ଷ ବଗିଚା, ଚାରା ପ୍ରସ୍ତୁତି ପାଇଁ ପଲିଥିନ, ଛାୟା ଗୃହ ତଥା ଛତୁ ଚାଷର ପ୍ରଦର୍ଶନ ପାଇଁ ମଧ୍ୟ ପ୍ରଦର୍ଶନ ଏକକ ସ୍ଥାପନ ତିଆରି ହୋଇଛି I କେବଳ ସେତିକି ନୁହେଁ କେନ୍ଦ୍ର ମୃତିକା ପରୀକ୍ଷାଗାର ତଥା ଛତୁମଞ୍ଜି ଉତ୍ପାଦନ ପାଇଁ ଜ଼ିଲ୍ଲାର କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଥିବା କେ. ଭି.କେ ବରିଷ୍ଠ କୃଷିବିଜ୍ଞାନୀ ଡକ୍ଟର ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି I ଏହା ବ୍ୟତୀତ ଜ଼ିଲ୍ଲାର ପ୍ରାୟ 30 ହଜାର କୃଷକ ଏବଂ କୃଷିଜୀବୀ ମହିଳାଙ୍କ ମୋବାଇଲ ପଞ୍ଜିକୃତ କରି ମାଗଣରେ ସମୟପୋଯୋଗୀ କୃଷି ସମ୍ବନ୍ଧୀୟ  ସୂଚନା ପ୍ରଦାନ କରାଯାଉ ଥିବା ଯୋଗୁ ଚାଷୀ ମାନେ ଉପକୃତ ହେଉଛନ୍ତି |

 

0
0
0
s2sdefault