ହେଡଲାଇନସ୍:

ଏକ ମାସ ପରେ ବି ପ୍ରକଳ୍ପରୁ ପାଣି ବାହାରୁନାହିଁ , ପାଣି ଟୋପାଏ ପାଇଁ ଏଠି ଲୋକେ ଏବଂ ଛାତ୍ରଛାତ୍ରୀ ଡହଳବିକଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାମ୍ନା ରେ ଥିବା ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ପାଚେରୀ କୁ ଲାଗି ରହିଥିବା ଏକ ଥଣ୍ଡା ପାନୀୟ ପ୍ରକଳ୍ପ ରୁ ଟୋପାଏ ଜଳ ମଧ୍ୟ ମିଳୁ ନାହିଁ I ମାତ୍ର ଏକ ମାସ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ରକଳ୍ପ ରୁ ଗତ ୧୫ ଦିନରୁ ଅଧିକ ହେଲାଣି ପାଣି ଟୋପାଏ ବି ମିଳୁ ନାହିଁ I ଫଳରେ ସ୍ଥାନୀୟ ଲୋକ ଏବଂ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଇଛି I

ସୂଚନା ଅନୁସାରେ ପଞ୍ଚାୟତ ରୁ ପ୍ରାୟ ୩ଲକ୍ଷ ଟଙ୍କା ବିନିମୟ ରେ କୁକୁଡାବହାଳୀ ପଞ୍ଚାୟତ ର ସମ୍ମୁଖର ବିଦ୍ୟାଳୟ ପାଚେରୀ କୁ ଲାଗି ନିର୍ମିତ ଏହି ପ୍ରକଳ୍ପ ରୁ ପାଣି ନ ମିଳିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି I କଦଳୀଗଡ - ଅନୁଗୁଳ ଜିଲ୍ଲା ର କିଶୋରନଗର ବ୍ଲକ ର ପ୍ରମୁଖ ରାସ୍ତା ହୋଇଥିବାରୁ ପଥଚାରୀ ମାନେ ଏହି ପ୍ରକଳ୍ପ ଉପରେ ନିର୍ଭରଶିଳ I ତେଣୁ ଗତ ୧୫ ଦିନରୁ ଉର୍ଦ୍ଧ ହେବ ଏଥିରୁ ପାଣି ନ ମିଳିବା କାରଣରୁ ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି I 

ଏହି ପ୍ରକଳ୍ପ ଟି ଅଚଳ ହୋଇଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁବ୍ୟବସ୍ଥା ଏପର୍ଯ୍ୟନ୍ତ କିଛି କରାଯାଇନାହିଁ I ଏନେଇ ଆମ ଶାସକ ପ୍ରଶାସକ ପ୍ରତିନିଧି ପଞ୍ଚାୟତ ର ସରପଞ୍ଚ ଗୋଲକ ବିହାରୀ ପ୍ରଧାନ ଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେଇଥିଲେ ଯେ , ଯଦି ପାଣି ଆସୁ ନାହିଁ I ତାହା ହେଲେ ଏହାର ପ୍ରତିକାର ଯଥା ଶିଘ୍ର କରାଯିବ ବୋଲି ଆମ ପ୍ରତିନିଧି ଙ୍କୁ କହିଥିଲେ I ତେଣୁ ଏ ଦିଗରେ ପଞ୍ଚାୟତ କର୍ତ୍ତୁପକ୍ଷ ଦୁଷ୍ଟି ଦେଲେ , ଏହି ପାନୀୟ ପ୍ରକଳ୍ପ କୁ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି I

 

 

 

0
0
0
s2sdefault