ହେଡଲାଇନସ୍:

 ‘କିସ୍’ ରୌପ୍ୟ ଜୟନ୍ତୀରେ ବାଲେଶ୍ୱରରେ ମିନି ମାରାଥନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର/ Ujjwal kar : ଓଡ଼ିଶାରେ ଘରେ ଘରେ ପରିଚିତ ‘କଳିଙ୍ଗ ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ ସାଇନ୍ସ’(କିସ୍) କିସ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ମିନି ମାରାଥନ୍ ଆୟାଜିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ସହରର  ଗାନ୍ଧିସ୍ମୃତି ଭବନରୁ ଏହି ଗଣ ଦୌଡ଼ ଆରମ୍ଭ ହୋଇ ସିନେମା ଛକରେ ଶେଷ ହୋଇଥିଲା । ପୂର୍ବାଞ୍ଚଳ ଜୋନ୍ ପୁଲିସ ଆଇଜି ବିନୋୟତୋଷ ମିଶା୍ର, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ତ୍ରିଲୋଚନ ପ୍ରଧାନ ଓ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ରାମଚନ୍ଦ୍ର ପାଳଟା ଏଥିରେ ଯୋଗଦେଇ ମିଳିତ ଭାବେ ପତାକା ଦେଖାଇ ଏହି ଗଣଦୌଡ଼କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ଶିକ୍ଷା ବିକାଶର ବାର୍ତ୍ତା ନେଇ କସ୍ ପକ୍ଷରୁ ଆୟୋଜିତ ଏହି ମିନି ମାରାଥନ ବା ଗଣଦୌଡ଼ ବେଶ୍ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ଶିକ୍ଷାଦାନ କ୍ଷେତ୍ରରେ ଏହା ସମାଜକୁ ଏକ ନୂଆ ଦିଗନ୍ତ ଅବଲୋକନ କରାଇବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜରୁ ୩୦୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଏହି ଗଣ ଦୌଡ଼ରେ ଅଂଶଗ୍ରହଣ କରିଥିଲେ । ଏହି ଦୌଡ଼ ଗାନ୍ଧୀସ୍ମୃତି ଭବନରୁ ବାହାରି ସହର ପରିକ୍ରମା ପୂର୍ବକ ସିନେମାଛକଠାରେ ପହଞ୍ଚିଥିଲା । ସେହିପରି ସେଠାରେ ଆୟୋଜିତ ପୁରସ୍କାର ବିତରଣ ଉସôବରେ ସତ୍ୟସାଇ ଗ୍ରୁପ ଅଫ୍ ଇନଷ୍ଟିଚୁ୍ୟସନ୍ସର ନିର୍ଦ୍ଦେଶକ  ବେଣୁମାଧବ ପଣ୍ଡା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ଗଙ୍ଗାଧର ରାଉତ, ବ୍ରହ୍ମନାଥ ରଥ ଓ ସଦର  ବିଇଓ ପରେଶନାଥ କର ପ୍ରମୁଖ ଯୋଗଦେଇ କିସ୍ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଗଣଦୌଡ଼ରେ ସାମିଲ ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ସିନେମାଛକ ପହଞ୍ଚିଥିବା ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏଥିସହିତ ପରେ କିସ୍ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ବିସ୍କୁଟ୍ ପ୍ରଭୃତି ବଣ୍ଟନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ କିସ୍ର ସଂଯୋଜକ ପ୍ରବୀର କୁମାର ପାତ୍ର, ବୈଶାଖୀ ଦାସ ଓ କଳିଙ୍ଗ ଟିଭିର ସ୍ଥାନୀୟ ପ୍ରତିନିଧି ସତ୍ୟଜିତ ସେନାପତି ପରିଚାଳନା କରିଥିଲେ  ।

0
0
0
s2sdefault