ହେଡଲାଇନସ୍:

ଜାତୀୟ କନିଷ୍ଠ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ ଜିୁଲାକୁ  ଚାରି ସ୍ୱର୍ଣ୍ଣ ପଦକ ସହ ସାତ ପଦକ,  ଦେବୀ ସିଂଙ୍କୁ ଷ୍ଟ୍ରଙ୍ଗ ଓମ୍ୟାନ ଅଫ ଇଣ୍ଡିଆ ଉପାଧି

ବାରିପଦାରୁ ଦିଲ୍ଲୀପ ମହାନ୍ତି - ଭାରତର ତାମିଲନାଡୁ ରାଜ୍ୟ କୋଏମ୍ବାଟୁରଠାରେ ଅନୁଷ୍ଠିତ  ଜାତୀୟ କନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲାକୁ ମିଳିଅଛି ସଫଳତା ।  ଓଡିଶା ଦଳ ପକ୍ଷରୁ ମୟୁରଭଞ୍ଜ ଜିଲାର ଏହି କୃତି ପ୍ରତିଯୋଗୀମାନେ ପ୍ରତିନିଧିତ୍ୱ କରି   ୪ ସ୍ୱର୍ଣ୍ଣ ପଦକ ସହ ସମୁଦାୟ ସାତ ଗୋଟି ପଦକ ହାସଲ କରିଛନ୍ତି । ସବୁଠାରୁ ବଡ ସଫଳତା ମିଳିଅଛି ଦେବୀ ସିଂଙ୍କୁ । ଦେବୀ   ୫୨ କିଲୋ  ବର୍ଗରେ ଅନ ଇକ୍ୟୁପେଡ ଏବଂ ଇକ୍ୟୁପେଡ ପ୍ରତିଯୋଗିତାରେ ମୋଟ ଦୁଇ ଗୋଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସଂଗେସଂଗେ ଷ୍ଟ୍ରଙ୍ଗ ଓମ୍ୟାନ ଅଫ ଇଣ୍ଡିଆ ଉପାଧି ପାଇଛନ୍ତି ।  ଏଥି ସହ ଚଳିତ ବର୍ଷ ମାର୍ଚ୍ଚରେ ରାଜସ୍ଥାନ ଠାରେ ହେବାକୁ ଥିବା ଏସିଆ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଜାତୀୟ ଶକ୍ତିଉତ୍ତୋଳନ ସଂଘ ତରଫରୁ  ଦେବୀଙ୍କୁ ଚୟନ କରାଯାଇଅଛି । ସେହିପରି ୪୩ କିଲୋ ବର୍ଗରେ ସୀମାରାଣୀ ସିଂ ଏବଂ ୪୭ କିଲୋ ବର୍ଗରେ ଲକ୍ଷ୍ମୀମଣୀ ସିଂ ସ୍ୱର୍ଣ୍ଣ୍ନ ପଦକ ବିଜେତା ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୪୩ କିଲୋ ବର୍ଗରେ ଭାରତୀ ପାତ୍ର ବ୍ରୋଞ, ୪୭ କିଲୋ ବର୍ଗରେ ରୂପାଲୀ ପଲେଇ ରୌପ୍ୟ ଏବଂ ମାଷ୍ଟର (୨) ବିଭାଗରେ ରାଜେନ୍ଦ୍ର ପରିଡା ରୌପ୍ୟ ପଦକ ହାସଲ କରିଛନ୍ତି ।  ଧାନୀମଣୀ ସିଂ ଚତୁର୍ଥ ସ୍ଥାନରେ ରହିବାସହ ସାର୍ଟିଫିକେଟ ପାଇଛନ୍ତି । ଏମାନଙ୍କ ସହ ଓଡିଶା ଦଳର କୋଚ ଓ ଟିମ ମ୍ୟାନେଜର ଭାବେ ଚନ୍ଦ୍ର ବଦନୀ ମହାନ୍ତ ଏବଂ ସତ୍ୟବ୍ରତ ବେହେରା ଯୋଗ ଦେଇଥିଲେ । ସୁଚନା ଯୋଗ୍ୟଯେ, ମୟୁରଭଞ ଜିମ୍ନାସିୟମରେ ଅଭ୍ୟାସରତ  ଏହି ସମସ୍ତ ପ୍ରତିଯୋଗୀ ପୂର୍ବରୁ ମଧ୍ୟ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତା ପାଇଁ ମୟୁରଭଞ ଜିମ୍ନାସିୟମ ସଭାପତି ଗିରିଶ ଚନ୍ଦ୍ର ଦାସ , ମୟୁରଭଞ୍ଜ ଜିମ୍ନାସିୟମ  ଓ ମୟୁରଭଞ ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ନବକୁମାର ସାହୁ , ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି , ସହ ସମ୍ପାଦକ ଜୀତେନ୍ଦ୍ର ବେହେରା ପ୍ରମୁଖ ଖେଳାଳୀମାନଙ୍କୁ ଶୁଭେଛା ଜଣାଇଛନ୍ତି ।


0
0
0
s2sdefault