ଡ. ସଞ୍ଜୟ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଯେଗାସନ କ୍ରୀଡା ସଂଘ, ଓଡ଼ିଶା (ୱାଇ.ଏସ୍‌.ଏ.ଓ) ହେଉଛି ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ ଖେଳ ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଜାତୀୟ ଯୋଗାସନ କ୍ରୀଡା ସଂଘ (ଏନ୍‌.ୱାଇ.ଏସ୍‌.ଏଫ୍‌) ଦ୍ୱାରା ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ । ୱାଇ.ଏସ୍‌.ଏ.ଓ ପକ୍ଷରୁ ପ୍ରତି ବର୍ଷ ରାଜ୍ୟର ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ, ଖେଳାଳୀ ଓ ପ୍ରଶିକ୍ଷକଙ୍କୁ ସମ୍ମାନୀତ କରାଯିବ ବୋଲି ୱାଇ.ଏସ୍‌.ଏ.ଓ ର ରାଜ୍ୟ ଉପ ସଭାପତି ଶ୍ରୀ ରଘୁନାଥ ସାହୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏବଂ ଏହି ଅବସରରେ ୱାଇ.ଏସ୍‌.ଏ.ଓ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ଭାବେ କିଟ୍ ର ଆଧ୍ୟାତ୍ମିକତା ଓ ଯୋଗ ବିଜ୍ଞାନର ଅଧ୍ୟାପକ ଡ. ସଞ୍ଜୟ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ଡ. ପଣ୍ଡା ପୂର୍ବରୁ ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କ୍ରୀଡା, ସର୍ବ ଭାରତୀୟ ଯୋଗାସନ କ୍ରୀଡା ପ୍ରତିଯୋଗୀତା ଓ ଆନ୍ତର୍ଜାତୀୟ ଯୋଗ ଷ୍ଟାର ଆଦି ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ଡ. ପଣ୍ଡାଙ୍କୁ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପତଞ୍ଜଳୀ ଯୋଗସମିତିର ଓଡ଼ିଶା ପ୍ରଭାରୀ ଶ୍ରୀ ସୁଧାଂଶୁ ଅଧିକାରୀ ଆଦି ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault